ଅବକାରୀ ଚଢ଼ଉ, ୪ ଗିରଫ

୩୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଓ ୫ କ୍ୱିଣ୍ଟାଲ ଭାଙ୍ଗ ଜବତ

ଭୁବନେଶ୍ୱର: ରାଜଧାନୀର ବ୍ରାଉନ୍‌ ସୁଗାର ବେପାର ପେଣ୍ଠ ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିରେ ଆଖିଦୃଶିଆ ସଫଳତା ପାଉ ନଥିବା ଭୁବନେଶ୍ୱର ଅବକାରୀ ବିଭାଗ ଶନିବାର ଜଣେ ପେସାଦାର ମହିଳା ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି। ସେ ହେଲେ ବିଶ୍ୱଜିତ୍‌ ବେପାରୀର ସ୍ତ୍ରୀ ସସ୍ମିତା ବେପାରୀ(୩୦)। ତା ନିକଟରୁ ୩୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଜବତ ମାଲ୍‌ର ବଜାର ଦର ୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଘନଘନ ଚଢ଼ଉ କରି ଏଠାରୁ ବହୁ ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ବି ସସ୍ମିତା ବଡ଼ ଚତୁରତାର ସହ ବେପାର ଚଳାଇ ଆସୁଥିଲା। ସେହିଭଳି ଅବକାରୀ ପୁଲିସ ଏଠାରୁ ସୁବାସ ବେହେରା(୩୨)କୁ ଗିରଫ କରିବା ସହ ତା’ ନିକଟରୁ ୨୫ ଲିଟର ଦେଶୀ ମଦ ଜବତ କରିଛିି।

ଏହି ଟିମ୍‌ ବାଲିପାଟଣା ଅଞ୍ଚଳରେ ଚଢ଼ଉ କରି ୫ କ୍ୱିଣ୍ଟାଲ ଭାଙ୍ଗ ଜବତ କରିବା ସହ ୨ ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଝିଣ୍ଟି ଶାସନ ନିକଟ ଜେହାନବାଦ୍‌ର ଧୋବେଇ ବେହେରା ଓ ପ୍ରକାଶ ବେହେରା। ଧୋବେଇଠାରୁ ୩.୩ କ୍ୱିଣ୍ଟାଲ ଓ ପ୍ରକାଶଠାରୁ ୧.୪ କ୍ୱିଣ୍ଟାଲ ଭାଙ୍ଗ ଜବତ କରାଯାଇଛି। ଏହି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର