ଅବକାରୀ ଚଢ଼ଉ, ୭ ଗିରଫ

ବାଲିଅନ୍ତା: ଅବକାରୀ ବିଭାଗର ଖୋର୍ଧା ମୋବାଇଲ ଟିମ୍‌ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ଜଣ ଚୋରା ମଦ ବ୍ୟବସାୟଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଳକାଟି ଫାଣ୍ଡି ଅଞ୍ଚଳର ଶଙ୍କର ମଲ୍ଲିକ (୩୮), ପବି ମଲ୍ଲିକ, ହେମ ସାହୁ, ବାଲିଅନ୍ତା ଥାନା କୋକିବାଲି ଗ୍ରାମର ରତ୍ନାକର ଜେନା(୪୫), ଜଟଣୀ ଥାନା ଅଧୀନ ନିରଞ୍ଜନପୁର ଗ୍ରାମର ରବୀନ୍ଦ୍ର ବିଶ୍ୱାଳ(୨୪), ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡର ସୁବାସ ସାହୁ(୩୪) ଏବଂ ରଞ୍ଜନ ଖୁଣ୍ଟିଆ(୨୪)। ଏଥିସହ ଟିମ୍‌ ସେମାନଙ୍କ ନିକଟରୁ ମୋଟ ୨୦୦ ବୋତଲ ଦେଶୀ ଓ ବିଦେଶୀ ମଦ ସମେତ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଜିଲ୍ଲା ଅଧୀକ୍ଷକ ପ୍ରସନ୍ନ ଆଚାର୍ଯଙ୍କ ତତ୍ତ୍ୱାବଧାନରେ ଆଇଆଇସି ଦେବୀ ପ୍ରସାଦ ଦାଶ, ଏସ୍‌ଆଇ ହୃଦୟ ସାମନ୍ତ, ସୁଜିତ ମୁଦୁଲି ଓ ଏଏସଆଇ ଅକ୍ଷୟ ଜେନା, ଅମରେନ୍ଦ୍ର ଶତପଥୀ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର