ମହଙ୍ଗା ପଡ଼ିଲା ସେଲ୍‌ଫି ସଉକ: ଜଜଙ୍କ ଚେୟାରରେ ବସି ଫଟୋ ନେଉଥିବା ଟ୍ରେନି ପୁଲିସ୍‌ କନ୍‌ଷ୍ଟେବଲ୍‌ ଗିରଫ

0 465

ଭୋପାଳ: ଜଜ୍‌ଙ୍କ ଚେୟାରରେ ବସି ସେଲ୍‌ଫି ନେବା ମହଙ୍ଗା ପଡ଼ିଲା। ଏପରି ଦୁସାହସ କରି ମଧ୍ୟପ୍ରଦେଶର ଜଣେ ପୁଲିସ୍‌ ଟ୍ରେନି ଏବେ ପୁଲିସ୍‌ ହାଜତ ଭିତରେ।

ଶନିବାର ସକାଳେ ଉମାରିଆର ମୁଖ୍ୟ ନ୍ୟାୟିକ ମାଜେିଷ୍ଟ୍ରଟ୍‌ର କେପି ସିଂହ କୋର୍ଟ ରୁମ୍‌ରେ ନଥିଲେ। ସେହି ସମୟରେ ରାମ ଅବତାର୍‌ ରାଓ୍ଵତ ନାମକ ଜଣେ ଟ୍ରେନି କନେଷ୍ଟବଲ୍‌ ସେହି ବାଟ ଦେଇ ଯାଉଥିଲେ। ସେ ଜଜ୍‌ଙ୍କ ଚେୟାର ଖାଲି ପଡ଼ିଥିବାର ଦେଖି ଅଟକିଗଲେ। ସେହି ଚେୟାର ଉପରେ ଯାଇ ବସି ସେଲ୍‌ଫି ନେବାକୁ ଲାଗିଲେ।

ଜଣେ ନ୍ୟାୟିକ କର୍ମଚାରୀ କବାଟ ଖୋଲିବାରୁ ଦେଖିବାକୁ ପାଇଲେ ଯେ ରାମ ସେଠାରେ ବସି ସେଲ୍‌ଫି ନେବାରେ ବ୍ୟସ୍ତ ଅଛନ୍ତି। କର୍ମଚାରୀ ଜଣକ ତାଙ୍କ ଏପରି କରିବାକୁ ବାରଣ କଲେ। ମାତ୍ର ରାମ ଉତ୍ତର ଦେଲେ ଯେ ସେ ଜଣେ ପୁଲିସ୍‌ କର୍ମଚାରୀ ହୋଇଥିବାରୁ ସେ ଯେତେବେଳେ ଯାହା ଚାହିଁବେ କରିପାରିବେ। କେହି ତାଙ୍କୁ ରୋକି ପାରିବେ ନାହିଁ।

ରାମଙ୍କୁ ପରବର୍ତ୍ତୀ ମୂହୁର୍ତ୍ତରେ ପୁଲିସ୍‌ ଆସି ବାନ୍ଧି ନେଇଥିଲା। ତାଙ୍କୁ ନେଇ ପଚରାଉଚରା କରିବାରୁ ଜାଣିବାକୁ ମିଳିଲା ଯେ ସେ ଜଣେ ଟ୍ରେନି ପୁଲିସ୍‌। କେବଳ ମଜା ପାଇର୍ ସେ ସେଲ୍‌ଫି ନେଇଥିଲେ।

ଯଦିଓ ତାଙ୍କୁ ଜାମିନ ମିଳିଯାଇଛି। ତଥାପି ତାଙ୍କର ଏପରି ଆଚରଣ ହେତୁ ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ସହ ଜରିମାନା ହୋଇପାରିଥାନ୍ତା ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.