ଖାକି ପୋଷାକରେ ଦାଗ: ବସ୍‌ ପଛ ପଟୁ କିନ୍ନର ସହ ଅସଂଯତ ଅବସ୍ଥାରେ ଧରାପଡ଼ିଲେ ପୁଲିସ୍‌ବାବୁ

ଚେନ୍ନାଇ: ତାମିଲନାଡୁର ଜଣେ ପୁଲିସ ନିଜ ଖାକି ପୋଷାକରେ ଦାଗ ଲଗାଇ ଏବେ ଚର୍ଚ୍ଚା ପାଲଟିଛନ୍ତି। ଅଭିଯୋଗ ହୋଇଛି କି ଚେନ୍ନାଇର ଥୋରଇପୋକ୍କମ ପୁଲିସ୍‌ ଷ୍ଟେସନ୍‌ସ୍ଥିତ ଅଞ୍ଚଳରେ ଶନିବାର ରାତିରେ ଜଣେ ପୁଲିସ୍‌ ଏକ ବସ୍‌ ପଛରେ ଜଣେ କିନ୍ନର ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ସେହି ବାଟ ଦେଇ ଏକ ଯୁବ ଗୋଷ୍ଟୀ ଯାଉଥିବା ବେଳେ ପୁଲିସ୍‌ ସହ କିନ୍ନରକୁ ଦେଖିବାକୁ ପାଇଥିଲେ। ଯୁବକମାନେ ପୁଲିସ୍‌କୁ ଏପରି କାର୍ଯ୍ୟ ସର୍ବସାଧାରଣ କରିବାକୁ ମନା ବି କରିଥିଲେ। ସେହି ଯୁବକମାନଙ୍କ ଭିତରୁ କେହି ଜଣେ ଘଟଣାର ଭିଡିଓ ରେକର୍ଡିଂ କରିବା ପରେ ଏହା ଏବେ ଲୋକଲୋଚନକୁ ଆସିଛି।

ଘଟଣାଟି ଧୀରେ ଧୀରେ ଚାରିଆଡ଼େ ଖେଳି ଯିବାରୁ ସ୍ଥାନୀୟ ଲୋକେ ଆସି ପୁଲିସ୍‌କୁ ଗାଳିଗୁଲଜ ଦେବା ସହ ସେ ଆସିଥିବା ଗାଡ଼ିଟିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ସ୍ଥାନୀୟ ଲୋକେ ଅଭିଯୋଗ ଆଣି କହିଛନ୍ତି କି ସଂପୃକ୍ତ ଅଞ୍ଚଳରେ କିଛି କିନ୍ନର ରାତିରେ ରାସ୍ତାରେ ଜଗି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ଏପରିକି ପୂର୍ବରୁ କିନ୍ନରମାନଙ୍କ ବିରୋଧରେ ଏନେଇ ଅଭିଯୋଗ ହୋଇଥିଲେ ବି ପୁଲିସ୍‌ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ।

ସମ୍ବନ୍ଧିତ ଖବର