ସହିଦ୍‌ଙ୍କ ଝିଅର ଭିଡିଓ ବନାଇ ଦେଢ଼ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲେ ପୁଲିସକର୍ମୀ

ବୋକାରୋ(ଝାଡ଼ଖଣ୍ଡ) : ଝାଡ଼ଖଣ୍ଡର ବୋକାରୋରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏଠାରେ ଜଣେ ପୁଲିସକର୍ମୀ ଜଣେ ସହିଦ୍‌ଙ୍କ ଝିଅ ସହ ଦେଢ଼ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିବାର ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ତେବେ ଏହାର  ଖୁଲାସା ହେବା ପରେ ପୁଲିସକର୍ମୀଙ୍କୁ ନିଲମ୍ବିତ କରି ଦିଆଯାଇଥିବା ଜଣାପଡ଼ିଛି ।

शहीद की बेटी का वीडियो बनाकर पुलिसवाले ने डेढ़ साल तक किया रेप
aajtak.intoday.in

ସୂଚନା ମୁତାବକ, ସହିଦ୍‌ ଯବାନ ଓ ଅଭିଯୁକ୍ତ ଏଏସ୍‌ଆଇ ରାଜୁ ଏକା ସାଙ୍ଗରେ ସିଟି ଥାନାରେ କାମ କରୁଥିଲେ । ପରେ ସହିଦ୍‌ ଯବାନଙ୍କୁ ପାଲାମୁ ଜିଲ୍ଲାରେ ମୁତୟନ କରାଯାଇଥିଲା । ୨୦୧୪ରେ ସହିଦ୍‌ ଯବାନ ପାଲାମୁରେ ନକ୍ସଲମାନଙ୍କ ସହ ଲଢ଼ୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଅଭିଯୁକ୍ତ ରାଜୁ ସହିଦ୍‌ ଯବାନଙ୍କ ଘରକୁ ଯିବା ଆସିବା କରୁଥିଲେ। ଦିନେ ପୀଡ଼ିତାଙ୍କୁ ଏକା ପାଇ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିବା ସହ ଭିଡିଓ ବନାଇ ଦେଇଥିଲେ । ପରେ ଏହି ଭିଡିଓକୁ ଭାଇରାଲ କରିବାର ଧମକ ଦେଇ ଦେଢ଼ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିବାରେ ଲାଗିଥିଲେ ଅଭିଯୁକ୍ତ । କିନ୍ତୁ ଦେଢ଼ ବର୍ଷ ପରେ ପୀଡ଼ିତା ଆଉ ସହି ନ ପାରି ନିଜ ମା’ଙ୍କୁ ପୂରା ଘଟଣା ଜଣାଇଥିଲେ, ଯାହା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର