ଗୁଜରାଟ: ୪୬ ବର୍ଷୀୟ ମାଆଙ୍କ ସହ ଦୁଷ୍କର୍ମ କରି ପର୍ଣ୍ଣ୍‍ଖୋର୍‌ ପୁଅ ଗିରଫ

ପାଲନପୁର: ପଟନା ସହର ଅନ୍ତର୍ଗତ ଜୟ ଚୌକ୍‌ ଅଞ୍ଚଳରେ ନିଜ ୪୬ ବର୍ଷୀୟ ମାଆ ସହ ଦୁଷ୍କର୍ମ କରିଥିବା ଜଣେ ୨୨ ବର୍ଷିୟ ଯୁବକ ଶନିବାର ଦିନ ଗିରଫ ହୋଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ଯୁବକ ଜଣକ ଗୁରୁବାର ରାତିରେ ଘରେ ଶୋଇଥିବା ନିଜ ମାଆଙ୍କ ସହ ଦୁଷ୍କର୍ମ କରିଥିଲେ। ପାଣି ପିଇବା ବାହାନା କରି ମାଆଙ୍କ କୋଠରିରେ ପ୍ରବେଶ କରି ତାଙ୍କ ସହ ଜୋର୍‌ଜବଦସ୍ତ ଦୁଷ୍କର୍ମ କରିଥିଲେ। ଏ କଥା ମାଆ ତାଙ୍କ ଅଭିଯୋଗରେ ଦର୍ଶାଇଥିବା କଥା ପୁଲିସ କହୁଛି।

ପୁଅ ସହ ସର୍ବଦା କଳିକଜିଆ ଲାଗୁଥିବା କଥା ପଡ଼ୋଶୀମାନେ ଜାଣିଥିବାରୁ ସେଦିନ ଉକ୍ତ ମହିଳାଙ୍କ ଚିତ୍କାର ଶୁଣି ସେମାନେ ନ ଶୁଣିବା ପରି ରହିଥିଲେ।

ପୁଲିସ କହେ ଯୁବକଜଣକ ନିଜ ମୋବାଇଲ୍‌ରେ ବିଳମ୍ବିତ ରାତ୍ରୀ ଯାଏଁ ପର୍ଣ୍ଣ୍‌ଚିତ୍ର ଦେଖିବାରେ ଅଭ୍ୟସ୍ତ ଥିଲା। ଅନେକ ସମୟରେ ସେ ନିଜ ମାଆ ଓ ୨୦ ବର୍ଷୀୟ ଭଉଣୀଙ୍କ ଉପସ୍ଥିତିରେ ମଧ୍ୟ ଏ ଭଳି ଚିତ୍ର ଦେଖିଥିବାର ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଅନେକ ଥର ସେ ଉଦ୍‌ଭ୍ରାନ୍ତ ଯୁବକ ମାଆଙ୍କ ପ୍ରତି ଅଶାଳୀନ ଆଚରଣ ଉଦ୍ୟମ କରିଥିବା ପ୍ରକାଶ।

ଏ ଘଟଣାରେ ମ୍ରିୟମାଣ ହୋଇପଡ଼ିଥିବା ମହିଳା ଜଣକ ସାହସ ବାନ୍ଧି ରାଜମିସ୍ତ୍ରୀ କାମ କରୁଥିବା ସ୍ୱାମୀଙ୍କୁ ଏ କଥା କହିବାରୁ ସେ ଅହମଦାବାଦରେ ରହୁଥିବା ବଡ଼ପୁଅକୁ ଡକାଇଥିଲେ। ବଡ଼ପୁଅର ପରାମର୍ଶରେ ସେ ଥାନାରେ ଏତଲା ଦେଇଥିଲେ।

ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରି ଉଭୟଙ୍କଉ ଡାକ୍ତରୀ ମାଇନା ନିମନ୍ତେ ପଠାଇଛି।

ସମ୍ବନ୍ଧିତ ଖବର