ଠିଆ ହୋଇ ଗୀତ ନ ଗାଇବାରୁ ଅନ୍ତଃସତ୍ତ୍ୱା ପାକିସ୍ତାନୀ ଗାୟିକାଙ୍କୁ ଗୁଳି ମାରି ହତ୍ୟା

ଲର୍କନା: ସିନ୍ଧ୍‌ ପ୍ରଦେଶରେ ଏକ ଉତ୍ସବ ଅନୁଷ୍ଠାନରେ ଜଣେ ଅନ୍ତଃସତ୍ତ୍ୱା ପାକିସ୍ତାନୀ ଗାୟିକାଙ୍କୁ ଗୁଳି ମାରି ହତ୍ୟା କରାଯିବାର ଦୁଇ ଦିନ ପରେ ତା’ର ଭିଡିଓ ସାମାଜିକ ଗଣମାଧ୍ୟରେ ପ୍ରାସାରିତ ହୋଇଛି।

ସମିନା ସିନ୍ଧୁ ନାମରେ ପରିଚିତା ୨୪ ବର୍ଷୀୟ ସମିମା ସାମୁଉନ୍‌ କଙ୍ଗା ଗାଁ’ରେ ଏକ କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କ ଆଗରେ ଗୀତ ପରିବେଶଣ କରୁଥିଲେ।

କାର୍ଯ୍ୟକ୍ରମ ଆଗେଇ ଚାଲିଥିବାବେଳେ ତାରିକ୍‌ ଅହମଦ ଜାତୋଇ ନାମକ ଜଣେ ବ୍ୟକ୍ତି ତାଙ୍କୁ ଠିଆ ହୋଇ ଗାଇବାକୁ କହିଲେ।

କିନ୍ତୁ ଅନ୍ତଃସତ୍ତ୍ୱା ଥିବାରୁ ସେ ଶ୍ରୋତାଙ୍କ ଦାବି ପୂରଣ କରିବାକୁ ଗାୟିକ ମନା କରି ଦେଇଥିଲେ। ଏ କଥା ମଦ୍ୟପାନ କରି ନିଶାଗ୍ରସ୍ତ ହୋଇଥିଲେ ବୋଲି କୁହାଯାଉଥିବା ଜାତୋଇଙ୍କୁ ଭଲ ନ ଲାଗିବାରୁ ସେ ଗୁଳି ଚଳାଇ ଗାୟିକାଙ୍କୁ ହତ୍ୟା କଲେ।

କିନ୍ତୁ ଭିଡିଓରେ ଦେଖା ଯାଉଛି ଯେ ଗାୟିକା ସେ ଶ୍ରୋତାଙ୍କ ଦାବି ପୂରଣ କରିବାକୁ ଯାଇ ଛିଡ଼ା ହୋଇ ଗୀତ ଗାଉଛନ୍ତି ଏବଂ ଉପସ୍ଥିତ ଜନତା ତାଙ୍କ ଆଡ଼କୁ ଟଙ୍କା ଉଡ଼ାଉଛନ୍ତି।

ମାତ୍ର ଠିଆ ହେବାର କିଛି ସମୟ ପରେ ଗାୟିକାଙ୍କ ଉପରକୁ ଗୁଳି ମରାଯାଇଥିଲା।

ଲର୍କନା ନିଉଜ୍‌ରେ ଦେଖା ଦେଇଥିବା ଏହି ଭିଡିଓ କ୍ଲିପ୍‌ଟି ଇସ୍‌ଲାମାବାଦର ମାନବିକ ଅଧିକାରକର୍ମୀ କପିଳ ଦେବ କରିଥିବା ଟୁଇଟ୍‌ରୁ ସେୟାର କରାଯାଇଛି।

ପରେ ସେ ୨୪ ବର୍ଷୀୟ ଗାୟିକାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ। ତାଙ୍କର ସ୍ୱାମୀ ଦାବି କରିଛନ୍ତି – ‘ଏଫ୍‌ଆଇଆର୍‌’ରେ ଅଭିଯୁକ୍ତଙ୍କ ବିରୋଧରେ ଡବଲ୍‌ ମର୍ଡର୍‌, ଅର୍ଥାତ୍‌ ତାଙ୍କ ପତ୍ନୀ ଏବଂ ଜନ୍ମି ନ ଥିବା ପିଲାକୁ ହତ୍ୟା କରିଥିବା, ଚାର୍ଜ କରାଯାଉ।

ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଘଟନା ଉପରେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର