ଆସିଲାନି ଆମ୍ବୁଲାନ୍ସ, ହସ୍ପିଟାଲ୍‌କୁ କାନ୍ଧରେ ବୁହା ହୋଇ ଗଲେ ଗର୍ଭବତୀ

କେରଳ: ବାରମ୍ବାର ଦେଖିବାକୁ ମିଳୁଛି ଦେଶର ଦାରିଦ୍ୟ ଚିତ୍ର। କେଉଁଠି ଟଙ୍କା ଅଭାବରୁ ମୃତଦେହକୁ କାନ୍ଧଟିଏ ମିଳୁନି ତ କେଉଁଠି ଗର୍ଭବତୀ ମହିଳାଙ୍କୁ ରାସ୍ତା ଅସୁବିଧା ହେତୁ ଉଚିତ ସମୟରେ ହସ୍ପିଟାଲରେ ପହଞ୍ଚାଯାଇ ପାରୁନି। ଗୋଟାଏ କିମ୍ବା ଦୁଇଟି ରାଜ୍ୟର କଥା ନୁହେଁ, ସାରା ଦେଶକୁ ପ୍ରଭାବିତ କରୁଛି ଅଭାବର କରୁଣ ପରିଣତି। ଗତବର୍ଷ ଓଡ଼ିଶାର ଦାନ ମାଝୀଙ୍କ କଥା ତ ମନ ଥିବ ନିଶ୍ଚୟ। କେବଳ ଦାନ ମାଝୀ କାହିଁକି ସେହିଭଳି ପରେ ପରେ ଆହୁରି ଗୁଡ଼ାଏ ଘଟଣା ଘଟିଥିବାର ନଜର ଆସିଛି।

ନିକଟରେ କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କେରଳର ଜଣେ ଗର୍ଭବତୀ ମହିଳାଙ୍କୁ କିଛି ଲୋକ କାନ୍ଧରେ ବୋହି ହସ୍ପିଟାଲ୍‌ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପଛର କାରଣ କିନ୍ତୁ ଭିନ୍ନ, ଆମ୍ବୁଲାନ୍ସ ନ ମିଳିବା ହେତୁ ଗର୍ଭବତୀଙ୍କୁ ଉଚିତ ସମୟରେ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ଗ୍ରାମବାସୀମାନେ ଭାର କରି ନେବା ପାଇଁ ଚିନ୍ତା କରିଥିଲେ। ଅଦଡ଼ଖଦଡ଼ ରାସ୍ତାରେ ମହିଳାଙ୍କୁ ସଂପର୍କୀୟମାନେ କାନ୍ଧରେ ବୋହି ନେଉଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରସୂତିଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ସେମାନେ ଆମ୍ବୁଲାନ୍ସ ଡାକିଥିଲେ ବି ଆମ୍ବୁଲାନ୍ସ କିନ୍ତୁ ଆସିନଥିଲା। ଅପରପକ୍ଷରେ ଆମ୍ବୁଲାନ୍ସ ଖରାପ ହୋଇଥିଲା ଏବଂ ସଜଡ଼ା କାମ ଚାଲୁ ରହିଥିଲା ବୋଲି ପହଞ୍ଚି ପାରିଲାନି ବୋଲି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର