ଗର୍ଭବତୀ ମହିଳାଙ୍କୁ ତୀର ମାରିଲେ ପୂର୍ବତନ ସ୍ୱାମୀ , ଜାଣନ୍ତୁ ତାପରେ କ’ଣ ହେଲା

ଭାରତୀୟ ମୂଳର ଜଣେ ମହିଳା ଲଣ୍ଡନରେ ରହନ୍ତି। ତାଙ୍କ ପେଟରେ ତୀର ମାଡ ହେବା ଫଳରେ ସେହି ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ସେହି ମହିଳାଙ୍କ ନାଆଁ ହେଲା ଦେବୀ ଉନ୍ମଥ ଲେଗାଡୁ। ତାଙ୍କ ଗର୍ଭରେ ଥିବା ଶିଶୁକୁ ସିଜରିଆନ୍‌ କରାଯାଇ କୌଣସିମତେ ତାର ଜୀବନ ରକ୍ଷା କରାଯାଇଛି। କିନ୍ତୁ ଶିଶୁଟି ଏବେ ବି ଜୀବନ ସହିତ ସଂଘର୍ଷ କରୁଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୩୫ ବର୍ଷୀୟା ମହିଳାଙ୍କ ହତ୍ୟା ଅଭିଯୋଗରେ ରାମନୋଜ ଅନମାଥଲେଗତୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ଅଭିଯୁକ୍ତଜଣକ ମୃତ ମହିଳାଙ୍କର ପୂର୍ବତନ ସ୍ୱାମୀ ବୋଲି ଜଣାଯାଇଛି। ଦେବୀ ସ୍ୱାମୀ ଇମିତିଆଜ୍‌ ମହମ୍ମଦ୍‌ଙ୍କୁ ବିବାହ କରିବା ପରେ ଇସଲାମ୍‌ ଧର୍ମରେ ଦୀକ୍ଷିତ ହୋଇ ସାନା ମହମ୍ମଦ୍‌ ଭାବେ ପରିଚିତ ହେଉଥିଲେ।

ଦେବୀଙ୍କର ପୂର୍ବ ସ୍ୱାମୀ ରାମନୋଜ ଅନମାଥ ଲେଗାଡୁଙ୍କଠାରୁ ୧୮ ଓ ୧୨ ବର୍ଷର ଦୁଇ ଝିଅ ଓ ଇମିତିଆଜଙ୍କ ଠାରୁ ୫ ଓ ୨ ବର୍ଷର ଦୁଇଟି ଝିଅ ଅଛନ୍ତି। ଅଭିଯୁକ୍ତ ରାମନୋଜ୍‌ ସାନାଙ୍କ ଛାତିକୁ ତୀର ମାରିଥିଲେ। ପୁଲିସ ରାମାନୋଜଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର