ଡାକ୍ତରଖାନାକୁ ଯିବା ବାଟରେ ଗାଡ଼ି ଭିତରେ ଚାଳକ ସହ ୩ ସହଯାତ୍ରୀଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ଗର୍ଭବତୀ ମହିଳା

ଲକ୍ଷ୍ନୌ: ଦେଶରେ ଅପରାଧର ମାତ୍ରା ବଢ଼ିବାରେ ଲାଗିଛି। ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଆଉ ଏକ ଘୃଣ୍ୟ ଘଟଣା। ୟୁପିର ଆମେଥିଠାରେ ଶୁକ୍ରବାର ୪ ଜଣ ମିଶ ଜଣେ ୩ ମାସର ଗର୍ଭବତୀ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୀଡ଼ିତା ମହିଳାଙ୍କ ବୟସ ୩୫ ବର୍ଷ। ମହିଳା ଜଣକ ସ୍ଥାନୀୟ କମ୍ୟୁନିଟି ହେଲ୍‌ଥ୍‌ ସେଣ୍ଟର (ସିଏଚ୍‌ସି) ଯାଉଥିବା ବାଟରେ ତାଙ୍କ ସହ ଏପରି ଘଟିଛି।

ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ଧୀରେନ୍ଦ୍ର କୁମାର ସିଂଙ୍କ କହିବା ଅନୁଯାୟୀ, ‘ସିଏଚ୍‌ସିକୁ ଯାଇଥିବା ବାଟରେ କେତେକ ଲୋକ ଦେଖିବାକୁ ପାଇଲେ ଯେ ମହିଳା ଜଣକ କାଖରେ ଏକ  ଛୁଆକୁ ଧରି ଅଚେତ ଅବସ୍ଥାରେ ପଡ଼ିଛନ୍ତି । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲ୍‌କୁ ନେଇଥିଲା। ହସ୍ପିଟାଲ୍‌ରେ ମହିଳା ଜଣକ ନିଜର ଦୁଃଖ କଥା ବଖାଣିଛନ୍ତି’।

ମହିଳାଙ୍କ କହିବା ଅନୁଯାୟୀ ସେ ୩ ମାସର ଗର୍ଭବତୀ। ଥିଲେ। ସେ ନିଜର ପ୍ରଥମ ପିଲାକୁ ନେଇ ଡାକ୍ତରୀ ଚେକ୍‌ଅପ୍‌ ପାଇଁ ସିଏଚ୍‌ସି ଯିବା ବାଟରେ ହଠାତ କ୍ୟାବ୍‌ ଚାଳକ ଗାଡ଼ି ଅଟକାଇ ଦେଇଥିଲା। ତା’ପରେ ଚାଳକଙ୍କ ସହ ମିଶି ଗାଡ଼ିରେ ଥିବା ଅନ୍ୟ ୩ ଯାତ୍ରୀ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଡାକ୍ତରମାନେ ଜଣାଇଛନ୍ତି ଯେ ମହିଳାଙ୍କ ପେଟରେ ଥିବା ଶିଶୁଟି ସୁସ୍ଥ ଅଛି। ମହିଳାଙ୍କ ବୟାନ ଓ ଡାକ୍ତରୀ ପରୀକ୍ଷାକୁ ଭିତ୍ତି କରି ଏକ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର