ଟ୍ରେନ୍‌ରେ ସହଯାତ୍ରୀଙ୍କ ସିଗାରେଟ୍‌ ଟଣାକୁ ବିରୋଧ କରିବାରୁ ଅନ୍ତଃସତ୍ତ୍ୱା ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଟ୍ରେନ୍‌ରେ ଜଣେ ସହଯାତ୍ରୀଙ୍କ ସିଗାରେଟ୍‌ ଟାଣିବାକୁ ବିରୋଧ କରିବା କାରଣରୁ ଜଣେ ଅନ୍ତଃସତ୍ତ୍ୱା ମହିଳାଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା କୁହାଯାଉଛି।

ଜିଆର୍‌ପି ଅଧିକାରୀଙ୍କ କହିବା ଅନୁସାରେ, ୪୫ ବର୍ଷୀୟ ଚିନତ୍‌ ଦେବୀ ପଞ୍ଜାବ-ବିହାର ଜାଲିଓ୍ଵାନାଓ୍ଵାଲା ଏକ୍‌ସ୍‌ପ୍ରେସ୍‌ର ଏକ ସାଧାରଣ ବଗିରେ ଯାଉଥିବା ବେଳେ ସୋନୁ ଯାଦବ ନାମକ ଜଣେ ସହଯାତ୍ରୀଙ୍କ ସିଗାରେଟ୍‌ ଟଣାକୁ ବିରୋଧ କରିଥିଲେ।

ଏଇ କଥାକୁ ନେଇ ଯୁକ୍ତିତର୍କ ତୁମୁଳ ହେବା ପରେ ସୋନୁ ଚିନତ୍‌ଙ୍କୁ ଆକ୍ରମଣ କରି ତାଙ୍କୁ ଗଳାରୋଧ କରିଥିଲେ।

ଘଟନା ପରେ ଶାହାଜାହାନ୍‌ପୁର ଠାରେ ଟ୍ରେନ୍‌ ଅଟକି ଥିଲା ଏବଂ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ସେ ମୃତ ବୋଲି ଘୋଷଣା କରିଥିଲେ।

ଛଟ୍‌ ପୂଜାରେ ଯୋଗ ଦେବାକୁ ମୃତା ମହିଳା ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବିହାର ଅଭିମୁଖେ ଯାଉଥିଲେ।

ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ସମ୍ବନ୍ଧିତ ଖବର