ଚଳନ୍ତା ଟ୍ରେନ୍‌ରେ ସିଗାରେଟ୍‌ ପିଇବାକୁ ବାରଣ କରିବାରୁ ଗର୍ଭବତୀ ମହିଳାଙ୍କୁ ପିଟିପିଟି ହତ୍ୟା କଲା ସହଯାତ୍ରୀ

ଲକ୍ଷ୍ନୌ: ଜାଲିୱାଲାବାଗ ଏକ୍ସପ୍ରେସରେରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ଟ୍ରେନ୍‌ରେ ଜଣେ ଗର୍ଭବତୀ ମହିଳା ଯାତ୍ରୀ ତାଙ୍କ ସହ-ଯାତ୍ରୀଙ୍କୁ ସିଗାରେଟ୍‌ ପିଇବାକୁ ବାରଣ କରିବା ହେତୁ ସେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବରେଲି ଷ୍ଟେସନ ନିକଟରେ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଞ୍ଜାବ-ବିହାର ଜାଲିୱାଲାବାଗ ଏକ୍ସପ୍ରେସରେ ଚିନ୍ତା ଦେବୀ (୪୫) ନିଜ ପରିବାର ସହିତ ଛଟ ପୂଜା ପାଇଁ ବିହାର ଯାଉଥିଲେ। ସେହି ବଗିରେ ବସି ଯାଉଥିବା ସୋନୁ ଯାଦବ ନାମକ ଜଣେ ଯୁବକ ଟ୍ରେନ୍‌ରେ ସିଗାରେଟ ପିଇବା ଆରମ୍ଭ କରି ଦେଇଥିଲା। ଚିନ୍ତା ଦେବୀ ଟ୍ରେନ୍‌ରେ ତାଙ୍କୁ ସିଗାରେଟ ପିଇବାକୁ ମନା କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଉକ୍ତ ଯୁବକ ଜଣକ ଏଥିରେ ଉତକ୍ଷିପ୍ତ ହୋଇ ଚିନ୍ତା ଦେବୀଙ୍କ ଗଳା ଦବାଇ, ପିଟିପିଟି ହତ୍ୟା କରିଥିଲା।

ଜିଆର୍‌ପି ପୁଲିସ ଷ୍ଟେସନ୍‌ର ଇନ୍‌ଚାର୍ଜ ଏ.କେ ପାଣ୍ଡ୍ୟାଙ୍କ କହିବାନୁସାରେ, ଏହି ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ଟ୍ରେନ୍‌କୁ ଶାହଜହାପୁରରେ ଅଟକାଇ ଉକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ଏବଂ ମହିଳାଙ୍କୁ ଡାକ୍ତରଖାନା ପଠା ଯାଇଥିଲା। ସେଠାରେ ଡାକ୍ତର ଚିନ୍ତା ଦେବୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହା ପରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା।

 

ସମ୍ବନ୍ଧିତ ଖବର