ଯୁବତୀଙ୍କୁ ମନ୍ଦିରରେ ଅସଦାଚରଣ କରିବାରୁ ଲଙ୍କା ଗୁଣ୍ଡ ଫିଙ୍ଗିବା ସହ ପୂଜାରୀଙ୍କୁ ମାଡ଼ ମାରିଲେ ମହିଳା

ବିଜୟଓ୍ଵାଡା: ଆନ୍ଧ୍ରପ୍ରଦେଶର ଭବାନୀପୁରମ୍‌ରେ ରବିବାର ଜଣେ ପୂଜାରୀଙ୍କୁ କିଛି ମହିଳା ମାଡ଼ ମାରିଥିବା ଜଣା ପଡ଼ିଛି । ପୂଜାରୀ ଓ ମନ୍ଦିର କମିଟିର ଜଣେ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ବଚସା ଏଭଳି ଘଟଣାର କାରଣ ବୋଲି ସାମ୍ନାକୁ ଆସିଛି । ପୀଡ଼ିତ ପୂଜାରୀଙ୍କ ନାଁ କୋଟା ପବନ ବୋଲି ଚିହ୍ନଟ କରାଯାଇଛି ।

Image result for thrashed"
pragnews.com

ସୂଚନା ମୁତାବକ, ଏଚ୍‌ବି କଲୋନୀରେ ଥିବା ସାଇତ୍ରୀଶକ୍ତି ମନ୍ଦିରରେ ପୂଜାରୀ ଭାବେ କାମ କରୁଥିଲେ ପବନ । କୌଣସି କାରଣକୁ ନେଇ କୋଟା ପବନଙ୍କର ମନ୍ଦିର କମିଟିର ସଦସ୍ୟ ମୋହନ ରେଡ୍ଡୀଙ୍କ ସହ ଝଗଡ଼ା ହୋଇ ଯାଇଥିଲା । ଯାହା ପରେ ମୋହନ ପବନଙ୍କୁ ମନ୍ଦିର ଛାଡ଼ି ଯିବା ପାଇଁ କହିଥିଲେ । ଏଭଳି ଧମକ ପରେ ପବନ ପୁଲିସରେ ଅଭିଯୋଗ କରିଥିଲେ । ଘଟଣା ଦିନ ମୋହନଙ୍କ ଝିଅ ତାଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ପବନ ତାଙ୍କ ସହ ଅସଦାଚରଣ କରିଥିଲେ । ଯାହା ପରେ ମୋହନଙ୍କ ଝିଅ ଘରକୁ ଯାଇ ନିଜ ମା’ଙ୍କ ସମେତ ଅନ୍ୟ ମହିଳାଙ୍କୁ ଧରି ମନ୍ଦିରରେ ପହଞ୍ଚିଥିଲେ । ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ପବନଙ୍କୁ ଦେଖି ଆସିଥିବା ମହିଳାମାନେ ତାଙ୍କ ଉପରକୁ ଲଙ୍କା ଗୁଣ୍ଡ ପକାଇବା ସହ ତାଙ୍କୁ ମାଡ଼ ମାରିଥିଲେ । ଏହା ସହ ପବନଙ୍କ ପୋଷାକ ମଧ୍ୟ ଚିରି ଦେଇଥିବା ବେଳେ ଅନ୍ୟ ପୂଜାରୀମାନେ ଘଟଣାସ୍ଥଳରେ ପହଞ୍ଚି ପବନଙ୍କୁ ରକ୍ଷା କରିଥିଲେ । ଘଟଣା ପରେ ଦୁଇ ପକ୍ଷର ଲୋକ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିବା ବେଳେ ପୁଲିସ ସତ ଜାଣିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର