ଦାତି ମହାରାଜ ଦୁଷ୍କର୍ମ ମାମଲାର ମୁଖ୍ୟ ସାକ୍ଷୀଙ୍କୁ ଧମକ, କେଉଁଠି ମୁହଁ ନ ଖୋଲିବାକୁ ଚେତାବନୀ

ଗୁରୁଗ୍ରାମ: ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗର ଜଣେ ମୁଖ୍ୟ ସାକ୍ଷୀ ଦାତି ମହାରାଜଙ୍କର କିଛି ସହଯୋଗୀଙ୍କଠାରୁ ଧମକ ପାଇବା ପରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଗୁରୁବାର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଉକ୍ତ ସାକ୍ଷୀଙ୍କୁ ଏହି ମାମଲାରେ ମୁହଁ ନଖୋଲିବା ପାଇଁ ଚେତାବନୀ ମିଳିଛି।

ଦାତି ମହାରାଜ ଦୁଷ୍କର୍ମ ମାମଲାର ମୁଖ୍ୟ ସାକ୍ଷୀ ସଚିନ ଜୈନ କହିଛନ୍ତି କି ଜୁନ୍‌ ୨୩ ତାରିଖ ପୂର୍ବାହ୍ନ ୧୧.୩୦ ସମୟରେ ସେ ତାଙ୍କ  ଗାଡ଼ିରେ ସୋହନାଠାରୁ ଫେରୁଥିଲେ। ଏକ ବଡ଼ ଗାଡ଼ିରେ ୬ ଜଣ ବ୍ୟକ୍ତି ଆସି ତାଙ୍କ ଗାଡ଼ି ଅଟକାଇ ତାଙ୍କୁ ଧମକ ଦେଇଥିଲେ। ସେମାନେ ସଚିନଙ୍କ ବେକରେ ବନ୍ଧୁକ ଲଗାଇ କାର୍‌ ବାହାରକୁ ବାହାରି ଆସିବା ପାଇଁ କହିଥିଲେ।

ଏହାପରେ ଦାତି ମହାରାଜଙ୍କ ବିପକ୍ଷରେ କୋର୍ଟ, ପୁଲିସ୍‌ କିମ୍ବା ଗଣମାଧ୍ୟମ କାହା ସମ୍ମୁଖରେ ବି ମୁହଁ ନଖୋଲିବାକୁ ସେମାନେ ଧମକ ଦେଇଥିଲେ।

ବାଦ୍‌ଶାହାପୁର୍‌ ପୁଲିସ୍‌ ଷ୍ଟେସନ୍‌ର ଜଣେ ବରିଷ୍ଠ ପୁଲିସ୍‌ କହିଛନ୍ତି କି ‘ ଏହି ଅଭିଯୋଗ ଜୁନ୍‌ ୨୬ ତାରିଖ ଦିନ ଲେଖାଯାଇଛି। ଜୈନ ଧମକ ପାଇବା ପରେ ଭୟଭୀତ ହୋଇ ନିଜ ପାଇଁ ପୁଲିସ୍‌ ପକ୍ଷରୁ ସୁରକ୍ଷା ଚାହିଁଛନ୍ତି।’

ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ସିସିଟିଭି ଯାଞ୍ଚ୍‌ କରିବ। ସଂପୃକ୍ତ ମାମଲାର ତଦନ୍ତ ଏବେ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ନିଜ ଆଶ୍ରମର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦାତି ମହାରାଜଙ୍କ ନାମରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର