‘ଗୁଡ୍‌ ମର୍ଣ୍ଣିଙ୍ଗ’ କହିବାରୁ ଛାତ୍ରଙ୍କୁ ମାଡ଼ ମାରିଲେ ପ୍ରିନ୍ସିପାଲ, ତା’ ପରେ ଚାକିରିରୁ ନିଲମ୍ବିତ ହେଲେ

ଆଗ୍ରା : ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲର ପ୍ରିନ୍ସିପାଲ କରିଥିବା କାମକୁ ନେଇ ଚର୍ଚ୍ଚା ହେବାରେ ଲାଗିଛିା ସ୍କୁଲରେ ସେ ଯେଉଁ ଅଜବ ନିୟମ ତିଆରି କରିଥିଲେ, ତାହା ଏବେ ସାମ୍ନାକୁ ଆସିବା ସହ ତାଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନା ମୁତାବକ, ତିଲ୍‌ହାରରେ ଥିବା ବିଲ୍‌ହାରୀ ସେକେଣ୍ଡାରୀ ସ୍କୁଲର ପ୍ରିନ୍ସପାଲ ଚାନ୍ଦ ମିଆଁଙ୍କୁ ଏବେ ସେ କରିଥିବା ନିୟମ ପାଇଁ ନିଲମ୍ବିତ ହେବାକୁ ପଡ଼ିଛି । ସ୍କୁଲକୁ ଆସିଲେ ସମସ୍ତେ ତାଙ୍କୁ ଗୁଡ୍‌ ମର୍ଣ୍ଣିଙ୍ଗ ନ କହି ଆଜ୍‌-ସଲାମ୍‌-ଓ୍ଵାଲିକମ୍‌ କହିବେ ବୋଲି ନିୟମ କରିଥିବା ବେଳେ ଜଣେ ଛାତ୍ର ତାଙ୍କୁ ଭୁଲବଶତଃ ଆଜ୍‌-ସଲାମ୍‌-ଓ୍ଵାଲିକୁମ୍‌ ନ କହି ‘ଗୁଡ୍‌ ମର୍ଣ୍ଣିଂ’ କହି ଦେଇଥିଲେ । ଯାହା ପରେ ଚାନ୍ଦ ରାଗରେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏହି ସମୟରେ ଜିଲ୍ଲାର ପ୍ରଧାନ ସଚିବ ଏବଂ ନୋଡ଼ାଲ ଅଧିକାରୀ ଡ଼ିମ୍ପଲ ବର୍ମା ବିଲ୍‌ହାରୀ ସେକେଣ୍ଡାରୀ ସ୍କୁଲକୁ ବୁଲି ଆସିଥିବା ବେଳେ ତାଙ୍କୁ ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକେ ଏବଂ ପୀଡ଼ିତ ଛାତ୍ର ଜଣାଇଥିଲେ ।

indiatimes.com

ଅଭିଯୋଗ ପାଇ ସେ ପୀଡ଼ିତ ଛାତ୍ରଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠାଇଥିଲେ,ଯାହା ପରେ ଘଟଣାଟି ସତ ବୋଲି ଜଣା ପଡ଼ିଥିଲା । ସତ ସାମ୍ନାକୁ ଆସିବା ପରେ ଚାନ୍ଦ୍‌ଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଚାନ୍ଦ୍‌ ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ମିଛ ବୋଲି କହି ମୋ ବିରୋଧରେ ଷଡଯନ୍ତ୍ର କରାଯାଇଥିବା କହିଛନ୍ତି ।

ସମ୍ବନ୍ଧିତ ଖବର