ନାବାଳିକାଙ୍କୁ ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଫଟୋ ପଠାଇ ଆପତ୍ତିଜନକ କାର୍ଯ୍ୟ ଲାଗି ପ୍ରରୋଚିତ କରୁଥିଲେ ଯୁବକ

ନୂଆଦିଲ୍ଲୀ : ଦିନକୁ ଦିନ ସମାଜରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଅଟକାଇବା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ସବୁ ବିଫଳ ରହିଛି। ତେବେ ବର୍ତ୍ତମାନ ଇଂଲଣ୍ଡର ନ୍ୟୁ କ୍ୟାଷ୍ଟଲ୍‌ ସହରରେ ଏହି ଶ୍ରେଣୀୟ ଅପରାଧ କରି ଜଣେ ୩୦ ବର୍ଷୟ ବ୍ୟକ୍ତି ଧରାପଡ଼ିଛନ୍ତି। ବ୍ୟକ୍ତି ଜଣକ ନାବାଳିକାମାନଙ୍କୁ ତାଙ୍କ ଗୁପ୍ତାଙ୍ଗର ଫଟୋ ପଠାଇବା ସହ ତାଙ୍କୁ ଦୁଷ୍କମ ର୍ କରିବା ପଇଁ ପ୍ରବର୍ତ୍ତାଉଥିଲେ । ବ୍ୟକ୍ତି ଜଣଙ୍କୁ ଚିହ୍ନଟ ହେବା ପରେ ତାଙ୍କୁ ଗିରଫ କରାଯାଇ ତିନି ବର୍ଷର ଦଣ୍ଡବିଧାନ କରାଯାଇଛି।

DNA India

ଘଟଣା ଅନୁଯାୟୀ , ଇଂଲଣ୍ଡର ନ୍ୟୁ କ୍ୟାଷ୍ଟଲ୍‌ ସହରରେ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନରୁ ବଞ୍ଚାଇବା ପାଇଁ ଏକ ସଂସ୍ଥା କର୍ଯ୍ୟ କରୁଛି । ସେମାନେ ନିକଟରେ ସୋସିଆଲ ମଡିଆରେ ନାବାଳିକାଙ୍କୁ ଦୁଷ୍କର୍ମ ପାଇଁ ପ୍ରବର୍ତ୍ତାଉଥିବା ବ୍ୟକ୍ତିଙ୍କ ଚିହ୍ନଟ କରିବା ପାଇଁ ଏକ ଫେକ୍‌ ଆକାଉଣ୍ଟ ପ୍ରସ୍ତୁତ କରିଥିଲେ । ଏହି ଫେକ୍‌ ଆକାଉଣ୍ଟର ନାମ ଲୟଲା ରଖାଯାଇଥିବା ବେଳେ ବାଳିକାର ବୟସ ୮ ବର୍ଷ କୁହାଯାଇଥିଲା । ଲୟଲାଙ୍କ ସହ ସଂପର୍କ ସ୍ଥାପନ କରିବା ପାଇଁ ୩୧ ବର୍ଷିୟ ଡାନିଏଲ ସ୍କୋନ୍‌ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । କିଛି ସମୟ କଥାବାର୍ତ୍ତା ହେବା ପରେ ସେ ଲାୟଲାଙ୍କୁ ଅନେକ ଅଶ୍ଲୀଳ ଫଟୋ ପଠାଇବା ସହ ତାଙ୍କ ଗୁପ୍ତାଙ୍ଗର ଫଟୋ ପଠାଇ ଥିଲେ । ଏହା ସହ ଡ଼ାନିଏଲ ଏହି ଫଟୋ ଦେଖି ଲୟଲାଙ୍କୁ ଆପତ୍ତିଜନକ କାର୍ଯ୍ୟ କରିବା ପାଇଁ ମଧ୍ୟ ବାଧ୍ୟ କରିଥିଲେ । ଏହାର ଫାଇଦା ଉଠାଇ ସଂସ୍ଥାର କର୍ମଚାରୀ ଡ଼ାନିଏଲଙ୍କୁ ଏକ ସ୍ଥାନକୁ ଦେଖାକରିବା ପାଇଁ ଡ଼କିଥିଲେ । ଯେଉଁଠାରେ ପୂର୍ବରୁ ପୁଲିସ ରହିବା ସହ ସେଠାରେ ଡ଼ାନିଏଲଙ୍କୁ ଗିରଫ କରାଯାଇଥିଲା। ପୁଲିସ ଘଟଣା ସହ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କର ଖୋଜ କରିବା ସହ ଡ଼ାନିଏଲକୁ ୩ ବର୍ଷର ଦଣ୍ଡବିଧାନ କରିଛି।

ସମ୍ବନ୍ଧିତ ଖବର