ସୁରତ ଦୁଷ୍କର୍ମ-ହତ୍ୟା ମାମଲା: ପୀଡ଼ିତା ନାବାଳିକା ଓ ବିଧବା ମାଆଙ୍କୁ ୩୫,୦୦୦ ଟଙ୍କାରେ କିଣିଥିଲା ଅଭିଯୁକ୍ତ

ଅହମ୍ମଦାବାଦ: ସୁରଟରେ ହୋଇଥିବା ୧୧ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ଓ ହତ୍ୟା ମାମଲରେ ଏବେ ନୂଆ ତଥ୍ୟ ହସ୍ତଗତ ହୋଇଛି। ଏପ୍ରିଲ୍‌ ୬ ତାରିଖରେ ନାବାଳିକାର ମୃତଦେହ ଉଦ୍ଧାର ସହ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଥିଲା। ପ୍ରାଥମିକ ତଦନ୍ତ ହେବା ପରେ ଏବେ ଜାଣିବାକୁ ମିଳିଲା ଯେ ରାଜସ୍ଥାନର ଗାଙ୍ଗପୁର ଜଣେ ବାସିନ୍ଦା ନାବାଳିକା ଏବଂ ନାବାଳିକାର ବିଧବା ମାଆଙ୍କୁ ଅଭିଯୁକ୍ତ ୩୫,୦୦୦ ଟଙ୍କାରେ କିଣି ନେଇଥିଲେ।

ଉଲ୍ଳେଖଯୋଗ୍ୟ, ଉଦ୍ଧାର ହୋଇଥିବା ନାବାଳିକାଟିର ଶରୀରରେ ୮୭ଟି କ୍ଷତ ଚିହ୍ନ ଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହର୍ଷାଇ ଗୁର୍ଜର(୩୫)କୁ ରାଜସ୍ଥାନର ସଓ୍ଵାଇ ମାଧପୁର ଜିଲ୍ଳାର ଗାଙ୍ଗପୁରଠାରୁ ପୁଲିସ୍‌ ଗିରଫ କରିଥିଲା। ଏହାଛଡ଼ା ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ହେପାଜତରେ ରଖାଯାଇଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମାର୍ଚ ୧୫ ତାରିଖରେ ହର୍ଷାଇ ୩୫,୦୦୦ ଟଙ୍କା ଦେଇ ପୀଡ଼ିତା ନାବାଳିକା ଏବଂ ତା’ର ବିଧବା ମାଆକୁ କିଣିଥିଲା। କିଣିବା ପରେ ସେ ଦୁହିଁଙ୍କୁ ସୁରତର ଏକ ୩ ମହଲା ବିଶିଷ୍ଟ କୋଠାରେ ରଖି ସେମାନଙ୍କ ସହ ଦୁଷ୍କର୍ମ କରିଥିଲା।

ସମ୍ବନ୍ଧିତ ଖବର