ହର୍ଦା: ଜଣେ ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଧ୍ୟପ୍ରଦେଶ ଅନ୍ତର୍ଗତ ହର୍ଦା ଜିଲ୍ଲାରେ ଥିବା ଏକ ସରକାରୀ ପଲିଟେକ୍ନିକ୍ କଲେଜର ଜଣେ ୪୮ ବର୍ଷିୟ ପ୍ରଫେସରଙ୍କୁ ଗିରଫ କରାଯାଇଛି ବୋଲି ଶନିବାର ଦିନ ପୁଲିସ କହିଛି।
ହର୍ଦା ଆଡିସ୍ନାଲ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ହେମଲତା କୁରୀଲ କହନ୍ତି: ଜଣେ ୧୭ ବର୍ଷୀୟା ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଦାଏର କରିବା ପରେ ହର୍ଦାସ୍ଥିତ ଏକ ସରକାରୀ ପଲିଟେକ୍ନିକ୍ କଲେଜର ପ୍ରଫେସର ଗଣେଶ ଦାେଓ୍ଵଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଛି।
ଅଧିକାରୀଜଣକ କହିଛନ୍ତି ଯେ ଦାେଓ୍ଵଙ୍କ ଠାରେ ଭାରତୀୟ ପିଙ୍ଗଳ କୋଡ୍ ୩୭୬ (ଦୁଷ୍କର୍ମ) ଧାରା ଲାଗୁ କରାଯାଇଛି। ତା ସହ ପୋକ୍ସୋ ଆଇନ୍ ମଧ୍ୟ ଲାଗୁ କରାଯାଇଛି।
ଏଏସ୍ପି କହିଲେ; ଏକାଦଶ ଶ୍ରେଣୀରେ ପଢୁଥିବା ସେ ବାଳିକାକୁ ପାଠ ବତେଇ ଦେବା ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବାକୁ କହି ପ୍ରଲୋଭିତ କରିଥିଲେ।
ଏଥି ନିମନ୍ତେ ପ୍ରଫେସର ସବୁବେଳେ ଦୈହିକ ସମ୍ପର୍କ ଦାବି କରିବାରୁ ପୀଡ଼ିତା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।
ନୃତ୍ୟୁ କ୍ଲାସ୍ ଚଳାଉଥିବା ସେ ପ୍ରଫେସର ଏବଂ ସେ ବାଳିକା କେମିତି ପରସ୍ପର ସହ ପରିଚିତ ହେଲେ ପୁଲିସ ତାହା ତଦନ୍ତ କରୁଛି।