ଦୁଇ ହଜାର ଲାଞ୍ଚ: ପମ୍ପ ଡ୍ରାଇଭର ଗିରଫ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ, ଯୁବକଙ୍କୁ ଆକ୍ରମଣ କରି ୨୦ ହଜାର ଲୁଟ୍‌

ଭୁବନେଶ୍ବର : ନୂଆ ପାଣି ସଂଯୋଗ କରାଇ ଦେବାକୁ କହି ଦୁଇ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ କୋଳଥିଆ ପିଏଚଡି ଅଫିସର ପମ୍ପ ଡ୍ରାଇଭର ପ୍ରଦୀପ କୁମାର ପଣ୍ଡାଙ୍କୁ ଗିରଫ କରିଛି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷନଗରରେ। ଏଠା‌ରେ ସେ ପମ୍ପ ହାଉସ ଭିତରେ ଘର କରି ପରିବାର ସହିତ ରହୁଛନ୍ତି। କୋଳଥିଆ ହାଉସିଂବୋର୍ଡ କଲୋନିରେ ରହୁଥିବା ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କ ଏକ ନୂଆ ପାଣି ପାଇପ୍‌ ସଂଯୋଗ କରାଇ ଦେବାକୁ ସେ ଦୁଇ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଆଜି ଟଙ୍କା ନେବା ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ
ଭୁବନେଶ୍ବର : ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି କେଦାରପଲ୍ଲୀ ବସ୍ତିର ୫୦ ବର୍ଷୀୟ ସୁକାନ୍ତ ନାଏକକୁ ପୁଲିସ ଗିରଫ କରିଛି। ଆଜି ଉଭୟଙ୍କୁ ଡାକ୍ତରୀମାଇନା କରାଯାଇଛି। ସୁକାନ୍ତ ଦୀର୍ଘ ଦିନ ଧରି ନାବାଳିକା ଘରକୁ ଯିବା ଆସିବା କରୁଥିଲା। ଗତ ୫ ତାରିଖ ଦିନ ନାବାଳିକାକୁ ଧରି ସୁକାନ୍ତ ଚାଲି ଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ସୁକାନ୍ତକୁ ଗିରଫ କରିଛି।

ଯୁବକଙ୍କୁ ଆକ୍ରମଣ କରି ୨୦ ହଜାର ଲୁଟ୍‌
ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ବେଣ୍ଟପୁର-ପାଟପୁର ଗ୍ରାମ ଉନ୍ନୟନ ମୁଖ୍ୟ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ କରି ତାଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ ଏବଂ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସ୍ଥାନୀୟ ଅଞ୍ଚଳର ପ୍ରଦୀପ ପଣ୍ଡା ନାମକ ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ ଆହତ ଯୁବକଙ୍କ ଘର ଓଲଟପୁର ଥାନା ଅଞ୍ଚଳରେ। ସେ ଆଜି ଦିନ ପ୍ରାୟ ୨ଟା ସମୟରେ ଟଙ୍କପାଣି ରୋଡ ସାଇମନ୍ଦିର ନିକଟରେ ଥିବା ଏକ ଏଟିଏମରୁ ୨୦ ହଜାର ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଫେରୁଥିଲେ। ଦୁଇଜଣ ଯୁବକ ଏକ କଳା ପଲ୍‌ସରରେ ତାଙ୍କୁ ପିଛା କରିଥିଲେ। ବ୍ରାହ୍ମଣଷଡ଼ଙ୍ଗୀ ଛକ ନିକଟରେ ତାଙ୍କ ହାତକୁ ଆକ୍ରମଣ କରି ଫୋନ ଓ ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର