ପ୍ରେମିକାକୁ ଦାମୀ ଉପହାର ଦେବାର ନିଶା ଚୋର ସଜାଇଲା; ଟଙ୍କା ପାଇଁ ଯୁବକ ଚୋରାଉଥିଲେ ଲକ୍ଷ ଲକ୍ଷ ଟଙ୍କାର କ୍ୟାମେରା

ପୁଣେ: ପୁଣେର ୨୨ ବର୍ଷିଅ ଜଣେ ଯୁବକ ନିଜ ନାବାଳିକା ପ୍ରେମିକାଙ୍କୁ ଦାମୀ ଉପହାର ଦେବା ପାଇଁ ୧୦ଟି କ୍ୟାମେରା ଚୋରି କରିଥିବା ଅଭିଯୋଗରେ ତାଙ୍କୁ ପୁଣେ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମାର୍କେଟ ୟାର୍ଡର ହମଲ୍‌ନଗର ଆକାଶ ଭିସେ। ଅକାଶଙ୍କୁ ଗିରଫ କରାଯିବା ପରେ କୋର୍ଟ ପକ୍ଷରୁ ଗୁରୁବାର ପୁଲିସ୍‌ ହେପାଜତ୍‌ରେ ପଠାଯାଇଛି। ୨ ବର୍ଷ ତଳେ ଏମ୍‌ଆଇଟିରୁ ଡିପ୍ଲୋମା କରିବା ପରେ ସେ ଜଣେ କ୍ୟମେରାମ୍ୟାନ୍‌ ଭାବେ ନିଜର ଜୀବିକା ଅର୍ଜନ କରୁଥିଲେ।

ଅଭିଯୁକ୍ତ ଚୋରାଇଥିବା ୫ଟି ଯାକ କ୍ୟାମେରା ହେଉଛି କ୍ୟାନନ୍‌ ୫ଡି। କ୍ୟାମେରା ସହ ସେ ୮ଟି ଲେନ୍ସ ବି ଚୋରେଇଥିବା ପୁଲିସ୍‌ ସୂଚନା ଦେଇଛି। ଅଭିଯୁକ୍ତ ଆକଶଙ୍କ ନିକଟରୁ ସମୁଦାୟ ୨୬ ଲକ୍ଷ ଟଙ୍କାର ସମାଗ୍ରୀ ଜବତ ହୋଇଛି।

ଆକାଶ ଏକାଦଶ ଶ୍ରେଣୀର ଜଣେ ଝିଅଙ୍କୁ ୪ ମାସ ତଳେ ଭେଟିଥଲେ। ସେମାନଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସେ ତାଙ୍କ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଆକ୍ଟିଭା ସ୍କୁଟି, ସୁନା ଚେନ, ସୁନା ମୁଦି ଏବଂ ଅନ୍ୟ ଦାମୀ ଉପହାର ସବୁ ଦେଇଛନ୍ତି। ନିଜ ପ୍ରେମିକାଙ୍କୁ ଏପରି ଦାମୀ ଉପହାର ଦେବା ସକାଶେ ଆକାଶ ଚୋରି କରୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର