୫ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କଲା ୧୫ ବର୍ଷିଅ ନାବାଳକ, ୫୦୦ଟଙ୍କା ଦେଇ ମାମଲା ରଫାଦଫା କରିବାକୁ ଚେଷ୍ଟା କଲା ଅଭିଯୁକ୍ତର ବାପା

ଚଣ୍ଡିଗଡ : ପଞ୍ଜାବର ହୋଶିଆରପୁରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ୧୫ ବର୍ଷୀୟ ବର୍ଷିଅ ୫ବର୍ଷୀୟା ନାବାଳିକା ସହ ସହ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତର ବାପା ଯେଉଁ ଅମାନବିକ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଅ କରିଥିବା ଅପରାଧ ବିଷୟରେ ଜାଣିବା ପରେ ବାପା ପୀଡ଼ିତାଙ୍କୁ ୫୦୦ଟଙ୍କା ଦେଇ ଅପରାଧର ଅଭିଯୋଗ ନକରିବା ପାଇଁ କହିଥିଲେ। ଏହା ପରେ ପୂରା ପରିବାର ସଦସ୍ୟ ଗିରଫ ହେବା ଡ଼ରରେ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

theweek.in

ସୂଚନା ମୁତାବକ, ମଙ୍ଗଳବାର ରାତିରେ ଅଭିଯୁକ୍ତ ଚକୋଲେଟ୍‌ ଦେବା ବାହାନାରେ ନାବାଳିକା ନିଜ ଘରକୁ ଡ଼ାକି ନେଇ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ସମୟରେ ପୀଡ଼ିତା ପାଟି କରିବାରୁ ପଡ଼ୋଶୀ ଆସି ଅଭିଯୁକ୍ତର ଘର ଆଗରେ ଜମା ହୋଇ ଯାଇଥିଲେ । ଏତେ ଲୋକଙ୍କୁ ଦେଖି ଅଭିଯୁକ୍ତ ପୀଡ଼ିତାକୁ ବାହାରକୁ ଫିଙ୍ଗି ଦେଖି ସେଠାରୁ ଫେରାର ହୋଇ ଯାଇଥିଲେ । ପୀଡ଼ିତାଙ୍କ ଅବସ୍ତା ଦେଖି ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅଭିଯୁକ୍ତର ମାତା-ପିତା ଡ଼ାକ୍ତରଖାନା ଯାଇ ମୁହଁ ବନ୍ଦ କରିବା ପାଇଁ ୫୦୦ଟଙ୍କା ଦେଇଥିଲା ।

ସମ୍ବନ୍ଧିତ ଖବର