ବିବାହ ପରେ ମଧ୍ୟ ୩ଟି ପିଲାର ମା’ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବାରୁ ଆତ୍ମହତ୍ୟା କଲା ପ୍ରେମିକ

ଭଟିଣ୍ଡା : ପଞ୍ଜାବର ଭଟିଣ୍ଡାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବିବାହିତା ମହିଳା ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବାରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ଘଟଣା ନେଇ ପୁଲିସକୁ ଖବର ଦିଆଯିବା ପରେ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ମୃତକ ଜଣଙ୍କ ବିଷ୍ଣୁ ବୋଲି ଚିହ୍ନଟ କରାଯାଇଛି । ବିଷ୍ଣୁ ନଗର କମିଟିରେ କାମ କରୁଥିବା ବେଳେ ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ମହିଳାଜଣଙ୍କ ୩ଟି ପିଲାର ମା’ ବୋଲି ଜାଣି ମଧ୍ୟ ବିଷ୍ଣୁ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ।

Loop Jamaica

ଦୁଇ ବର୍ଷ ପୂର୍ବେ ବିଷ୍ଣୁଙ୍କ ବିବାହ ହୋଇଯିବା ପରେ ଧୀରେ ଧୀରେ ମହିଳାଙ୍କଠାରୁ ନିଜକୁ ଦୂରରେ ରଖିଥିଲେ ବିଷ୍ଣୁ । କିନ୍ତୁ ମହିଳାଜଣଙ୍କ ସବୁ ଜାଣି ମଧ୍ୟ ବିଷ୍ଣୁଙ୍କ ଉପରେ ଶାରୀରିକ ସଂପର୍କ ରଖିବା ପାଇଁ ଚାପ ପକାଇ ଚାଲିଥିଲେ । ବାରମ୍ବାର ମନା କରିବା ପରେ ମହିଳାଜଣଙ୍କ କିଛି ନ ଶୁଣିବାରୁ ବାଧ୍ୟ ହୋଇ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ବିଷ୍ଣୁ । ବିଷ୍ଣୁଙ୍କର ୭ମାସର ଝିଅ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର