ପୁରୁଷମାନଙ୍କୁ ନିଜ ଜାଲରେ ଫସାଇ ମହିଳା ବନାଉଥିଲେ ଅଶ୍ଲୀଳ ଭିଡ଼ିଓ, ଗୋଟେ ଭୁଲ କରିଦେଲା ପର୍ଦ୍ଦାଫାସ

ନୂଆଦିଲ୍ଲୀ : ଆଜିକାଲି ମହିଳାମାନଙ୍କ ସୁରକ୍ଷା ପାଇଁ ଅନେକ ଆଇନ ତିଆରି କରାଯାଉଛି । ସେମାନେ କିପରି ସୁରକ୍ଷିତ ରହିବେ ସେ ନେଇ ସରକାର ଅନେକ ଆଇନ ତିଆରି କରୁଛନ୍ତି । କିନ୍ତୁ ବେଳେ ବେଳେ କିଛି ମହିଳା ଏହି ଆଇନର ଫାଇଦା ଉଠାଇ ପୁରୁଷମାନଙ୍କୁ ନିର୍ଯାତିତ କରିଥାନ୍ତି । ସେଭଳି କିଛି ଘଟଣା ଘଟିଛି ପଞ୍ଜାବରେ। ପଞ୍ଜାବର ବର୍‌ନାଲରେ ଜଣେ ମହିଳା ପୁରୁଷମାନଙ୍କୁ ନିଜ ପ୍ରେମର ଫାସରେ ପକାଇ ସେମାନଙ୍କୁ ନିର୍ଯାତିତ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଅନେକ ଦିନ ପର୍ଯ୍ୟନ୍ତ ଏପରି କରୁଥିବା ବେଳେ ଶେଷରେ ମହିଳାଙ୍କ ପର୍ଦ୍ଦାଫାସ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ନିର୍ଯାତିତ ହୋଇଥିବା ଜଣେ ଯୁବକଙ୍କ ଅଭିଯୋଗ କ୍ରମେ ମହିଳାଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଥିବା ବୋଲି ଜଣାପଡ଼ିଛି ।

Detroit Journalism Cooperative

ପୀଡ଼ିତ କରିଥିବା ଅଭିଯୋଗ ଅନୁଯାୟୀ, ‘କିଛି ଦିନ ତଳେ ମୋତେ ଏକ ଫୋନ କଲ ଆସିଥିଲା । ଫୋନ୍‌ ଉଠାଇବା ପରେ ଜଣେ ମହିଳା ମୋ ସହ ମିଠା ମିଠା କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ମହିଳା ଜଣଙ୍କ ଦେଖା ହେବା ପାଇଁ କହିଥିଲେ । କିନ୍ତୁ ମୁଁ ମନା କରିବାରୁ ସେ ଦେଖା କରିବା ପାଇଁ ଜିଦ୍‌ ଧରି ବସିଥିଲେ । ମୁଁ ହଁ ଭରିବା ପରେ ସେ ମୋତେ ଦେଖା କରିବା ପାଇଁ ଶୋହଣା ଡ଼ାକିଥିଲେ । ସେଠାରେ ମୁଁ ତାଙ୍କୁ ଦେଖା କରିବା ପରେ କିଛି ସମୟ କଥା ବାର୍ତ୍ତା ହୋଇଥିଲୁ । ଏହା ପରେ ସେ ମୋତେ ତାଙ୍କ ଘରକୁ ନେଇ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ୪ଜଣ ଯୁବକ ଘର ଭିତରକୁ ପଶି ଆସିବା ସହ ମୋତେ ମାର୍‌ ପିଟ୍‌ କରିବା ଆରମ୍ଭ କରିଥିଲେ । ମୋ ଶରୀରରୁ ପୋଷାକ କାଢ଼ି ମୋର ଅଶ୍ଲୀଳ ଭିଡ଼ିଓ ତିଆରି କରିଥିଲେ । ଭିଡ଼ିଓ ତିଆରି କରି ମୋତେ ଟଙ୍କା ମାଗିବା ସହ ପୁଲିସରେ ଅଭିଯୋଗ କଲେ ଏହି ଭିଡ଼ିଓକୁ ଭାଇରାଲ କରିଦେବୁ ବୋଲି ଧମକ ଦେଇଥିଲେ । ମୋ ଗାଡ଼ିକୁ ରଖିବା ସହ ଏକ ଲକ୍ଷ ଟଙ୍କା ଆଣିବା ପାଇଁ ମୋତେ କହିଥିଲେ” ।
ଅନ୍ୟ ପକ୍ଷରେ ମହିଳାଙ୍କ ଧମକରେ ନ ଡ଼ରି ପୀଡ଼ିତ ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ମହିଳା ଏବଂ ତାଙ୍କର ୩ଜ ଣ ସାଥୀଙ୍କୁ ଗିରଫ କରିଥିଲା ପୁଲିସ । ଏହା ପ୍ରଥମ ନୁହେଁ, ଏପରି ଆଗରୁ ଅନେକ ଥର ମହିଳା ଜଣଙ୍କ କରି ସାରିଥିବା ତଦନ୍ତରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର