ଅବକାରୀ ଚଢ଼ଉ, ୫ ଗିରଫ, ୬୫ ଲିଟର ମଦ ଜବତ

ଖଣ୍ତଗିରି: ଶନିବାର ଭୁବନେଶ୍ବର ଅବକାରୀ ମୋବାଇଲ୍‌ ସ୍କ୍ବାଡ୍‌ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ସ୍କୁଟି ଓ ୬୫ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି। ପ୍ରଥମେ ଏହି ସ୍କ୍ବାଡ୍‌ ପୋଖରୀପୁଟ ଓଭରବ୍ରିଜ୍‌ ନିକଟରୁ ଶଙ୍କର ନାଏକକୁ କାବୁ କରିବା ପରେ ତା ସ୍କୁଟି(ଓଡି୦୨ଇ-୧୦୦୪)ରୁ ୩୦ ଲିଟର ଦେଶୀ ମଦ ମିଳିଥିଲା। ପରେ ପରେ ପୁନାମା ଗେଟ୍‌ ପାଖରେ ରହୁଥିବା ଅନ୍ତର୍ଯ୍ୟାମୀ ଜେନାଙ୍କ ଘରେ ଚଢ଼ଉ କରି ସେଠାରୁ ୨୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏହା ପରେ ଏହି ସ୍କ୍ବାଡ୍‌ ସାଲିଆସାହିର ବିଭିନ୍ନ ବସ୍ତିରେ ଚଢ଼ଉ କରି ଶାରଳା ହା˚ସ୍‌ଦା, ନନ୍ଦି ଛତ୍ରା ଓ ରାକେଶ ମୁର୍ମୁଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୫ ଲିଟର ଲେଖାଏଁ ଦେଶୀ ମଦ ଜବତ କରାଯାଇଥିଲା। ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦେଶରେ ଆଇଆଇସି ଦେବୀ ପ୍ରସାଦ ଦାସ, ଏଚସି ସାମନ୍ତ, ସୁଜିତ୍‌ ମୁଦୁଲି, ଅମରେନ୍ଦ୍ର ଶତପଥୀ ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ। ଦଶହରା ପୂର୍ବରୁ ରାଜଧାନୀକୁ ଚୋରା ମଦ ବେପାରୀଙ୍କ କବଳରୁ ମୁକ୍ତ କରିବା ପାଇଁ ଏହି ଧରପଗଡ଼ ଅଧିକ ଜୋର‌୍‌ଦାର‌୍‌ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର