ଭୁବନେଶ୍ୱର : ୨୭ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଦକ୍ଷିଣ-ପୂର୍ବ ରେଳବାଇର ଜଣେ ପୂର୍ବତନ ଅଧିକାରୀ ଆଲୋକ ଘୋଷଙ୍କୁ ଆଜି ସିବିଆଇ ଗିରଫ କରିଛି। ଦୀର୍ଘ ୧୯ ବର୍ଷ ଧରି ସେ ସିବିଆଇକୁ ଚକ୍ମା ଦେଖାଇ ଫେରାର ଥିଲେ ଏବଂ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ଵାନା ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ସପେକ୍ଟର ଅଫ୍ ଓ୍ଵାର୍କସ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଘୋଷ ୨୭.୩୬ ଲକ୍ଷ ଟଙ୍କା ମୂଲ୍ୟର ଷ୍ଟିଲ୍ ରଡ୍ ଓ ସିମେଣ୍ଟ ବ୍ୟାଗ୍ ଆତ୍ମସାତ କରିଥିବା ନେଇ ୧୯୯୯ ମସିହାରେ ସିବିଆଇ ନିକଟରେ ରେଳବାଇ କର୍ତୃପକ୍ଷ ଅଭିଯୋଗ କରିଥିଲେ। ଏ ନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ତେବେ ମାମଲା ରୁଜୁ ହେବା ପରେ ସେ ଫେରାର ହୋଇ ଯାଇଥିଲେ। ସିବିଆଇ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ। ସିବିଆଇ ଆଜି ଶ୍ରୀ ଘୋଷଙ୍କୁ କୋଲକାତାରୁ ଗିରଫ କରିଛି।