ନକଲି ଧୂପକାଠି କାରଖାନା ଉପରେ ଚଢ଼ଉ

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲସ ଆଜି ଏକ ନକଲି ଧୂପକାଠି କାରଖାନା ଉପରେ ଚଢ଼ଉ କରି ୫ ଲକ୍ଷରୁ ଊର୍ଧ୍ବ ଟଙ୍କାର କଞ୍ଚାମାଲ୍‌ ଜବତ କରିଛି। ଏଥିସହିତ ପୁଲିସ ୩ଟି ‌ଧୂପକାଠି ତିଆରି ମେସିନ୍‌ ଓ ୧୫ଟି ନାମୀ କମ୍ପାନିର ଖୋଳ ମଧ୍ୟ ଜବତ କରିଛି। ପୁଲିସ କାରଖାନାର ମାଲିକକୁ ଅଟକ ରଖିଛି। ଅଟକ ଯୁବକ ହେଲା କେନ୍ଦ୍ରପଡ଼ା ଅଞ୍ଚଳର ଉମାକାନ୍ତ ସାମଲ(୪୩)। ସେ ବଡ଼ଗଡ଼ ଝରଣା ସାହିରେ ରୁହେ।  ସେଠାରେ ନକଲି ଧୂପକାଠି ତିଆରି ହେଉଥିବା ନେଇ ଅଏୱେଜ୍‌ ଡିଟେକ୍ଟିଭ୍‌ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ପୁଲିସ ଆଜି ସନ୍ଧ୍ୟାରେ ସେଠାରେ ଚଢ଼ଉ କରିଥିଲା। ଆସନ୍ତା କାଲି ଉମାକାନ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର