୫ମାସ ଧରି ଆଦିବାସୀ ଯୁବତୀଙ୍କ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ କରି ଅଶ୍ଲୀଳ ଫଟୋ ଛାଡ଼ୁଥିଲେ ଯୁବକ, ଗିରଫ କଲା ପୁଲିସ

ରାୟପୁର : ଛତିଶଗଡ଼ର ରାୟପୁରରେ ଜଣେ ଯୁବକ ଆଦିବାସୀ ଯୁବତୀଙ୍କ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ କରି ଫଟୋ ପୋଷ୍ଟ କରୁଥିବାରୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ୫ମାସ ଧରି ଯୁବତୀଙ୍କ ନକଲି ଆଇଡି କରିବା ସହ ଅଶ୍ଲୀଳ ଫଟୋ ପୋଷ୍ଟ କରି ଚାଲିଥିଲେ । ଦୁହେଁ ରାୟପୁରର ଏକ ହୋଟେଲରେ କାମ କରୁଥିବା ବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ନେଇ ଏଭଳି ଅପରାଧ କରିବା ଆରମ୍ଭ କରିଥିଲେ ।

Moneycontrol

ପୁଲିସ ଦେଇଥିବା ସୂଚନା ମୁତାବକ, ୨୫ବର୍ଷୀୟ ପୀଡ଼ିତା ରାୟପୁରର ମୟୁର ହୋଟେଲରେ କାମ କରୁଥିଲେ । ତାଙ୍କ ସହ ମହାସମ୍ବୁଦରେ ରହୁଥିବା ଯୁବକ ଲକ୍ଷ୍ମୀନାଥ ସାହୁ ମଧ୍ୟ କାମ କରୁଥିଲେ । କାମ କରିବା ସମୟରେ ବେଳେ ବେଳେ କାମରେ ଏପଟ ସେପଟ ହେଉ ଥିବାରୁ ପୀଡ଼ିତା ଲକ୍ଷ୍ମୀନାଥକୁ ଗାଳି କରି ଦେଉଥିଲେ । ଯାହା ପାଇଁ ରାଗରେ ଲକ୍ଷ୍ମୀନାଥ ପୀଡ଼ିତାଙ୍କ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ତିଆରି କରି ଅଶ୍ଲୀଳ ଫଟୋ ଛାଡ଼ିବା ଆରମ୍ଭ କରି ଦେଇଥିଲେ । ଫଟୋ ପୋଷ୍ଟ କରି ସେ ପୀଡ଼ିତାଙ୍କ ସମସ୍ତଙ୍କ ବନ୍ଧୁଙ୍କୁ ଟ୍ୟାଗ୍‌ କରୁଥିଲେ । ଦିନେ ପୀଡ଼ିତାଙ୍କ ବନ୍ଧୁ ଫଟୋ ଦେଖି ପୀଡ଼ିତାଙ୍କୁ ଜଣାଇବା ପରେ ପୀଡ଼ିତା ଫେସ୍‌ବୁକ୍‌ରେ ନିଜର ନକଲି ଆଇଡି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଲକ୍ଷ୍ମୀନାଥଙ୍କ ସହ ତାଙ୍କର ଭଲ ପଡ଼ୁ ନଥିବାରୁ ସନ୍ଦେହରେ ସେ ତାଙ୍କୁ ପଚାରିବା ପରେ ଲକ୍ଷ୍ମୀନାଥ ନିଜ ଦୋଷ ମାନିଥିଲେ । ଆଗକୁ ଏପରି ଯେମିତି ନ ହୁଏ ବୋଲି ପୀଡ଼ିତା ଲକ୍ଷ୍ମୀନାଥଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ ଲକ୍ଷ୍ମୀନାଥ ଅଟକି ନଥିଲେ । ଯାହା ପରେ ପୀଡ଼ିତା ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର