ସ୍ୱାମୀ ଆଗରେ ସ୍ତ୍ରୀ ସହ ଦୁଷ୍କର୍ମ କଲେ ୫ଜଣ ଦୁର୍ବୃତ୍ତ
ନୂଆଦିଲ୍ଲୀ : ରାଜସ୍ଥାନର ଅଲଓ୍ଵର ଜିଲ୍ଲାରେ ଥିବା ଥାନାଗାଜୀ ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ୫ଜଣ ଦୁବୃର୍ତ୍ତ ମିଶି ସ୍ୱାମୀ ଆଗରେ ସ୍ତ୍ରୀ ସହ ଦୁଷ୍କର୍ମ କରିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କେବଳ ଦୁଷ୍କର୍ମ ନୁହେଁ, ଏଭଳି ଅମାନବୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ ବୋଲି ଜଣା ପଡ଼ିଛି । ଭିଡିଓ ଭାଇରାଲ ହେବା ପରେ ପୁଲିସ ଭାଇରାଲ ଭିଡିଓ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୧୪୭,୧୪୯, ୩୨୩, ୩୪୧, ୩୫୪ବି, ୩୭୬ଡି ଏବଂ ୫୦୬ ଅନୁଯାୟୀ ମାମଲା ରୁଜୁ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୨୬ରେ ଜଣେ ଦଳିତ ମହିଳା ନିଜ ସ୍ୱାମୀଙ୍କ ସହ ବାଇକ୍ରେ ଶାଶୁ ଘରକୁ ଯାଉଥିଲେ । ବାଟରେ ୫ଜଣ ଯୁବକ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକାଇବା ସହ ସ୍ୱାମୀ ଆଗରେ ସ୍ତ୍ରୀ ସହିତ ଦୁଷ୍କର୍ମ କରିଥିଲେ । ଏହା ସହ ଭିଡିଓ ଏବଂ ଫଟୋ ମଧ୍ୟ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।