ନିମୋନିଆର ଚିକିତ୍ସା କରିବାକୁ ଯାଇ ମାସକର ଶିଶୁ ଦେହରେ ଏସିଡ଼୍‍ ଢ଼ାଳିଲେ ନକଲି ଡ଼ାକ୍ତର

ସଓ୍ଵାଇ ମଧୋପୁର : ରୋଗର ଚିକିତ୍ସା କରିବାକୁ ଯାଇ ଶିଶୁ ଦେହରେ ଏସିଡ଼୍‍ ଢ଼ାଳିଛନ୍ତି ଡ଼ାକ୍ତର । ନକଲି ଡ଼ାକ୍ତର ବନି ଚିକିତ୍ସା କରୁଥିବା ଜଣେ ଡ଼ାକ୍ତର ଏକ ମାସକର ଶିଶୁ ଦେହରେ ଏସିଡ଼୍‍ ଢ଼ାଳିଥିବା ଅଭିଯୋଗ ହୋଇଛି । ଜନ୍ମ ହେବାର ମାସକ ପରେ ଶିଶୁକୁ ନିମୋନିଆ ଥିବା ଜାଣି ଶିଶୁର ମାତା-ପିତା ତାଙ୍କୁ ଜଣେ ମହିଳା ଡ଼ାକ୍ତରଙ୍କ ପାଖକୁ ନେଇଥିବା ବେଳେ ଏସିଡ଼୍‍ ଢ଼ାଳିଲେ ତାହା ଭଲ ହୋଇଯିବ ବୋଲି କହି ଡ଼ାକ୍ତର ଏପରି କରିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଏସିଡ୍‍ ଢ଼ାଳିବା ହେତୁ ଶିଶୁର ଦେହ ଅଧିକ ଖରାପ ହେବା ପରେ ମାତା-ପିତା ଶିଶୁକୁ ଡ଼ାକ୍ତରଖାନା ନେବା ସହ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଏତଲା ରୁଜୁ କରି ଉକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

Albuzzer.com

ସୂଚନା ମୁତାବକ, ଜନ୍ମ ହେବାର ମାସକ ପରେ ଶିଶୁ ପ୍ରିୟାଂଶୁର ନିମୋନିଆ ଅଛି ବୋଲି ଜଣା ପଡ଼ିଥିଲା । ଏହା ପରେ ତାଙ୍କର ସଂପର୍କୀୟଙ୍କ ପରାମର୍ଶ ଅନୁଯାୟୀପ୍ରିୟାଂଶୁଙ୍କ ମାତା-ପିତା ମାର୍ଚ୍ଚ ୨୬ରେ ଚିକିତ୍ସା ପାଇଁ ବିନୋବା ବସ୍ତିକୁ ଯାଇଥିଲେ। ବସ୍ତିରେ ଥିବା ଡ଼ାକ୍ତର ଜଣକ ନିମୋନିଆ ରୋଗର ଚିକିତ୍ସା ପାଇଁ ଶିଶୁର ଛାତି ଏବଂ ପାଦରେ ଏସିଡ଼ ପକାଇଥିଲେ । ସେଠାରୁ ଆସିବା ପରେ ଶିଶୁର ଦେହ ଭଲ ହେବା ପରିବର୍ତ୍ତେ ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା । ଏହା ପରେ ପରିବାର ଲୋକେ ଅନ୍ୟ କିଛି ବାଟ ନପାଇ ପ୍ରିୟାଂଶୁକୁୁ ଡ଼ାକ୍ତରଖାନା ନେଇଥିଲେ । ସେଠାରେ ଚିକିତ୍ସା କରୁଥିବା ଡ଼ାକ୍ତର ଦେହରେ ପୋଡ଼ା ଜଳାର ଚିହ୍ନ ଦେଖି ତୁରନ୍ତ ପୁଲିସକୁ ଜଣାଇବା ପରେ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚିଥିଲା । ପରିବାର ଲୋକଙ୍କୁ ପଚରାଯିବାରୁ ସେମାନେ ପୂରା ଘଟଣା ପୁଲିସକୁ ଜଣାଇଥିଲେ । ଅଭିଯୁକ୍ତ ମହିଳାଙ୍କର ପରିଚୟ ଏ ପର୍ଯ୍ୟନ୍ତ ଜଣା ପଡ଼ି ନଥିବା ବେଳେ ମହିଳାଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ ।

ସମ୍ବନ୍ଧିତ ଖବର