ବିବାହ ଉତ୍ସବରେ ଅନ୍ୟ ମହିଳାଙ୍କ ସହ ନାଚୁଥିଲେ, ସ୍ତ୍ରୀ ରୋକିବାରୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ୱାମୀ
ଉଦୟପୁର : ରାଜସ୍ଥାନର ଉଦୟପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏଠାରେ ଜଣେ ୬୦ବର୍ଷୀୟ ବୃଦ୍ଧ ନିଜ ପତ୍ନୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏକ ବିବାହ ଉତ୍ସବରେ ତ୍ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ନାଚୁଥିବା କଥାକୁ ନେଇ ବିରୋଧ କରିଥିଲେ ତାଙ୍କ ପତ୍ନୀ । ଯାହା ପରେ ଏଭଳି ପଦକ୍ଷେପ ନେଇଥିଲା ସ୍ୱାମୀ । ଏ ନେଇ ମୃତ ମହିଳାଙ୍କ ପୁଅ ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଦେଇଥିବା ସୁଚନା ମୁତାବକ, ଅଭିଯୁକ୍ତ ନିଜ ପତ୍ନୀଙ୍କ ସହ ମେ’୨୪ରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସେଠାକୁ ଯାଇ ଅଭିଯୁକ୍ତ ଅନ୍ୟ ମହିଳାଙ୍କ ସହ ନାଚିବା ଆରମ୍ଭ କରିଥିଲେ । ବିବାହରେ ଯୋଗ ଦେଇ ଘରକୁ ଆସିବା ପରେ ଏ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଯାହା ପରେ ଅଭିଯୁକ୍ତ ରାଗରେ ନିଜ ପତ୍ନୀଙ୍କୁ କୁରାଢ଼ୀରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା ବୋଲି ଜଣା ପଡ଼ିଛି ।