ଜମି ବିବାଦକୁ ନେଇ ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଦେଢ଼ଶୁର, ଜା’ ଓ ତାଙ୍କର ତିନି ପିଲା

ଜୟପୁର: ସୋମବାର ରାଜସ୍ଥାନ ଝୁନଝୁନୁ  ଜିଲ୍ଲାରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ଦେଢ଼ଶୁର, ଜା’ ଓ ତାଙ୍କର ତିନି ପିଲା ପିଟୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଏଭଳି ଏକ ମାମଲା ଝୁନଝୁନୁ  ଜିଲ୍ଲା ବିଲବା ଗ୍ରାମରେ ଘଟିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, ମହିଳାଙ୍କ ଜା’ ଓ ତାଙ୍କର ତିନିଜଣ ପିଲା ମିଶି ତାଙ୍କୁ ଗଛରେ ବାନ୍ଧି ନିସ୍ତୁକମାଡ ମାରୁଛନ୍ତି। ମାଆକୁ ମାଡ ମାରୁଥିବା ଦୃଶ୍ୟକୁ ଦେଖି ନପାରି ପୁଅ ଛାଡ଼ି ଦେବାକୁ କହିବାରୁ ତାକୁ ବି ଉଠାଇ ଖଚାଡି ଦେଉଛନ୍ତି ଅଭିଯୁକ୍ତ। କେବଳ ଏତିକି ନୁହେଁ ପୀଡିତାଙ୍କୁ ତାଙ୍କ ଜାଆ କେଶ ଘୋଷାଡି ବି ମାଡ ମାରୁଛନ୍ତି।

ସୂଚନାଯୋଗ୍ୟ, ଜମି ବିବାଦକୁ ନେଇ ମହିଳାଙ୍କ ସ୍ୱାମୀ ଦାୟାରାମ ଜେଟ ବଡ଼ ଭାଇ ମନିରାମ ଜେଟଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ଲାଗି ରହିଥିଲା। ଯେତେବେଳେ ଦୟାରାମ ନାଓ୍ଵାଲଗଡ଼କୁ ବୁଲିବାକୁ ଯାଇଥିଲେ ଏହି ସମୟରେ ମନିରାମ ଜମିରେ ଟ୍ରାକ୍ଟ ସାହାଯ୍ୟରେ ହଳ କରିଥିଲ। ଏହାକୁ ଦାୟାରାମଙ୍କ ୩୪ବର୍ଷୀୟ ମହିଳା ସୁମନ ଦେବୀ ବିରୋଧ କରିଥିଲେ। ଏହି ସମୟରେ ମନିରାମର ପତ୍ନୀ ଓ ତାର ତିନିଜଣ ପିଲା ମହିଳାଙ୍କୁ କେଶ ଘୋଷାଡି ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ଏହି ପୂରା ଘଟଣାକୁ ଗ୍ରାମର କେହି ଜଣେ ସଦସ୍ୟ ନିଜ ମୋବାଇଲ କ୍ୟାମେରାରେ କୈଦ୍‌ କରି ଦେଇଥିଲା। ଯାହାକି ସୋମବାର ଭାଇରାଲ ହୋଇଥିଲା।

ଭିଡିଓ ମାଧ୍ୟମରେ ପୁଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇବା ପରେ ନାଓ୍ଵାଲଗଡ଼ ପୁଲିସ ଥାନା ଅଧିକାରୀ ନିଜର ଟିମ୍‌ ସହିତ ଗ୍ରାମରେ ପହଞ୍ଚି ପୂରା ଘଟଣାଟି କ’ଣ ତାହା ଜାଣିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର