ବିବାଦୀୟ ଧର୍ମଗୁରୁ ରାମଲାଲଙ୍କୁ ଆଶ୍ରମରେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ରାମଲାଲଙ୍କୁ ହତ୍ୟା ଅଭିଯୋଗର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ହରିଆନାର ହିସାରର ଏକ କୋର୍ଟ ଏହି ବିବାଦୀୟ ଧର୍ମଗୁରୁ ରାମଲାଲଙ୍କୁ ବୁଧବାର ତାଙ୍କ ଆଶ୍ରମରେ ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେଏହି ଦଣ୍ଡ ଶୁଣାଇଛିି। ରାମଲାଲଙ୍କ ସହିତ ତାଙ୍କର ୧୩ ଜଣ ଅନୁଗାମୀଙ୍କୁ ମଧ୍ୟ ଏହି ମାମଲାରେ ସଜା ଦିଆଯାଇଛି। ସୂଚନାଯୋଗ୍ୟ ଯେ ହିସାର କୋର୍ଟ ରାମଲାଲ ଓ ତାଙ୍କର ୨୬ ଜଣ ଅନୁଗାମୀଙ୍କୁ ଗତ ୧୧ ତାରିଖ ଦିନ ଦୋଷୀ ବୋଲି ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ ଗତ ୨୦୧୪ ମସିହା ନଭେମ୍ବର ୧୮ ତାରିଖରେ ବିବାଦୀୟ ଧର୍ମଗୁରୁ ରାମଲାଲଙ୍କ ଆଶ୍ରମରେ ଜଣେ ମହିଳା ଭକ୍ତଙ୍କ ମୃତଦେହ ପୁଲିସ ଜବତ କରିଥିଲା। ତାଙ୍କୁ ହତ୍ୟା କରାଯାଇଥିଲା।ପୁଲିସ ଆଶ୍ରମରୁ ମହିଳାଙ୍କ ମୃତଦେହ ଜବତ ପାଇଁ ଗଲାବେଳେ ରାମଲାଲଙ୍କ ସମର୍ଥକ ମାନେ ପ୍ରବଳ ବିରୋଧ କରିଥିଲେ। ବହୁ କଷ୍ଟରେ ପୁଲିସ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଛେଦ କରାଇଥିଲା।ଏହାକୁ ନେଇ ସେଠାରେ ରାମଲାଲଙ୍କ ଅନୁଗାମୀମାନେ ପୁଲିସକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ପୁଲିସ ଉପରକୁ ରାମଲାଲଙ୍କ ଭକ୍ତମାନେ ହାତବୋମା ପକାଇବା ସହିତ ଗୁଳି ମଧ୍ୟ ଚଳାଇଥିଲେ।ଏପରିକି ପ୍ରାୟ ୧୦ ଦିନ ଧରି ଚାଲିଥିବାଏହି ହିଂସାରେ ୪ ଜଣ ମହିଳା ଓ ଜଣେ ଶିଶୁୁଙ୍କର ମୃତ୍ୟୁ ଘଟିଥିଲା।ତେବେ ୧୮ ଦିନ ପରେ ପୁଲିସ ଏହି ଘଟଣାରେ ପୁଲିସ ରାମଲାଲଙ୍କୁ ଗିରଫ କରି ହିସାର ଜେଲରେ ରଖିଥିଲା। ଏ ନେଇ ୪ ମହିଳା ଓ ଜଣେ ଶିଶୁଭ୍କ ମୃତ୍ୟୁ ନେଇ ୪୨୯/୧୪ ନମ୍ବର ମାମଲା ଓ ଆଶ୍ରମ ଭିତରେ ମହିଳାଭ୍କ ମଢତ୍ୟୁ ନେଇ ୪୩୦/୧୪ ନମ୍ବର ମାଢ଼ଲା ରୁଜୁ କରାଯାଇଥିଲା। ଗତ ୧୧ ତାରିଖ ଦିନ ହିସାର ଜେଲରେ ରାମ ଲାଲ ଓ ତାଙ୍କ ୨୬ ଜଣ ଅନୁଗାମୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ଭାବେ କୋର୍ଟ ଘୋଷଣା କରିଥିଲେ।
ଗତ କାଲି ମଙ୍ଗଳବାର ଦିନ ୪୨୯/୧୪ ମାମଲାରେ ( ୪ ଜଣ ମହିଳା ଓ ଜଣେ ଶିଶୁଙ୍କ ହତ୍ୟା ମାମଲାରେ) ରାମଲାଲଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଳ ଦଣ୍ଡ ଶୁଣାଇଥିଲେ ହିସାର କୋର୍ଟ। ଆଜି ୪୩୦/୧୪ ନମ୍ବର ମାମଲାରେ ଆଶ୍ରମ ଭିତରେ ମହିଳାଙ୍କୁ ହତୃା କରିବା ଅଭିଯୋଗରେ ରାମ ଲାଲ ଓ ତାଙ୍କ ର ୧୩ ଜଣ ଅନୁଗତଙ୍କୁ ଆଜୀବନ କରାଦଣ୍ଡ ଶୁଣାଇଛନ୍ତି ହିସାର କୋର୍ଟ।

ସମ୍ବନ୍ଧିତ ଖବର