ଦୁଷ୍କର୍ମ କରିବା ପରେ ଦୁଇ ନାବାଳିକାଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ବଦାୟୁଁ : ଉତ୍ତରପ୍ରଦେଶର ବଦାୟୁଁରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୁଇ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଉଦ୍ଦେଶ୍ୟରେ ଗଛରେ ଝୁଲାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପରେ ପୁଲିସ ୫ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଖୋଜିବା ଆରମ୍ଭ କରିଛି ।

techmonews.com

ସୂଚନା ମୁତାବକ, ଦୁଇ ପୀଡ଼ିତା ମଙ୍ଗଳବାର ସଂନ୍ଧ୍ୟାରେ ଶୌଚ ହେବାକୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ପରଦିନ ସକାଳୁ ଦୁହିଁଙ୍କ ମୃତ ଦେହ ଗାଁର ଏକ ଆମ୍ବ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ଦୁଇଜଣଙ୍କ ସହ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଥିଲା । ସତ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଗାଁର ୫ଜଣଙ୍କ ବିରୋଧରେ ପୁଲିସ ଏତଲା ଲେଖିବା ସହ ଜଣଙ୍କୁ ଗିରଫ କରିଛି । ବ୍ୟକ୍ତିଗତ କଳହ ପାଇଁ ଏଭଳି ଘଟିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର