ନାବାଳିକାଙ୍କୁ ଦୁଷ୍କର୍ମ ପରେ ଜାଳିଦେଲେ

ଭୋପାଳ: ଦେଶବ୍ୟାପୀ ଦୁଷ୍କର୍ମ ମାମଲା ନେଇ ଅସନ୍ତୋଷ ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ ସାଗର ଜିଲ୍ଲା ଜୁଜହାରପୁରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ କିରାସିନି ଢାଳି ଜାଳିଦେବା ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ରବି ଚଢାର(୨୮)କୁ ଗିରଫ କରି, ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ ଏହି ଘଟଣାରେ ପୀଡ଼ିତାଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ମଳିଥିବା ଖବର ମୁତାବକ, ଗୁରୁବାର ସନ୍ଧ୍ୟାରେ ପୀଡ଼ିତାଙ୍କ ପରିବାର ଲୋକେ ନିକଟସ୍ଥ ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ  ଅଭିଯୁକ୍ତ ରବି ନାବାଳିକାଙ୍କୁ ଦୁଷ୍କର୍ମ କରି ଜୀଅନ୍ତା ଜାଳି ଦେଇଥିଲା।

ସମ୍ବନ୍ଧିତ ଖବର