ଆବର୍ଜନା ଗାଡ଼ିରେ ପଶି ଭୋନ୍ଦସି ଜେଲ୍‌ରୁ ଖସିଗଲା ବିଚାରାଧୀନ ଦୁର୍ଷ୍କମକାରୀ

ଗୁରୁଗ୍ରାମ: କଡ଼ା ପହରା ବଳୟରେ ଥିବା ଭୋନ୍ଦସି କାରାଗାରରୁ ଜଣେ ବିଚାରାଧୀନ ଦୁଷ୍କର୍ମକାରୀ ଖସି ପଳାଇଥିବା କଥା ଶନିବାର ଦିନ ଅଧିକାରୀମାନେ କହିଛନ୍ତି।

ଅଭିଯୁକ୍ତ ଦୁଷ୍କର୍ମକାରୀ ଅମିତ ଶୁକ୍ରବାର ଅପରାହ୍ଣରେ ଜିଲ୍ଲା କାରାଗାରରୁ କୌଶଳ କ୍ରମେ ଆବର୍ଜନା ସଂଗ୍ରହ ଗାଡ଼ିରେ ଗୁପ୍ତରେ ଖସି ପଳାଇଥିବା କଥା ପୁଲିସ କହିଛି।

ଦୁଷ୍କର୍ମ ମାମଲାରେ ଅମିତଙ୍କୁ ଗିରଫ କରାଯାଇ ସେପ୍ଟେମ୍ବର ୧୫ ତାରିଖ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତାଙ୍କୁ ଜେଲ୍‌ର ୩ ନମ୍ବର ବାରାକ୍‌ରେ ରଖାଯାଇଥିବା କଥା ସେମାନେ କହୁଛନ୍ତି।

ସେପ୍ଟେମ୍ବର ୨୨ ତାରିଖ ସଂଧ୍ୟା ୫ଟା ବେଳେ କଏଦୀଙ୍କ ଗଣନ ଚାଲିଥିବା ବେଳେ ବିଚାରାଧୀନ କଏଦୀଜଣଙ୍କ ନିରୁଦ୍ଦେଶ ହୋଇ ଯାଇଥିବା କଥା ଜଣାପଡ଼ିଥିଲା। ତୁରନ୍ତ ଏ ସଂକ୍ରାନ୍ତରେ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଜଣାଇ ଦିଆଯିବା ପରେ ସେ ଏ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି।

ଆସିଷ୍ଟାଣ୍ଟ୍‌ ପୁଲିସ କମିସନର୍‌ (ଅପରାଧ) ଶାମ୍‌ଶେର୍‌ ସିଂହ କହନ୍ତି: ସିସିଟିଭି ଫୁଟେଜ୍‌ ଯାଞ୍ଚ ସମୟରେ ଜଣା ପଡ଼ିଲା ଯେ ଅମିତ ଦିନ ପ୍ରାୟ ୧ଟା ୧୫ ମିନିଟ୍‌ ସମୟରେ ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ିରେ ଚଢ଼ିଛି। ଆବର୍ଜନାର ସଂଗ୍ରହ କରି ନେବାକୁ ଗାଡ଼ିଟି ଜେଲ୍‌ ଭିତରକୁ ଆସିଥିଲା। ଜେଲ୍‌ ଓ୍ଵାର୍ଡେନ୍‌ କିଂବା ନିରାପତ୍ତା କର୍ମଚାରୀ ଦେଖି ନ ପାରିଲା ଭଳି ସେ ଗାଡ଼ିରେ ଚଢ଼ି ଯାଇ ଆବର୍ଜନା ମଧ୍ୟରେ ଲୁଚି ଯାଇଥିଲେ।

ଅଭ୍ୟନ୍ତର ଅନୁସନ୍ଧାନ ସମୟରେ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ସାଙ୍ଘାତିକ ନିରାପତ୍ତା ଖିଲାପ ଚାଲିଥିବା କଥା ଜାଣିଥିଲେ। ବାରାକ୍‌ ନମ୍ବର ୩ର ଭାରପ୍ରାପ୍ତ ଓ୍ଵାର୍ଡେନ୍‌ କୁଳଦୀପ ସିଂହ, ହେଡ୍‌ ଓ୍ଵାର୍ଡେନ୍‌ ଆଜାଦ ସିଂହ, ଓ୍ଵାର୍ଡେନ୍‌ ରୋହତଶ ସିଂହ ସ ନଦାନ୍‌, ଏବଂ ଅଳିଆ ଜମାକାରୀ ୟୁନିଟ୍‌ର କର୍ମଚାରୀ ବେଦ ପାଲ୍‌ ଓ ଓଁ ପ୍ରକାଶଙ୍କୁ ଏହି ଘଟଣା ପାଇଁ ଦାୟୀ କରି ଧରାଯାଇଛି।

ସମ୍ପୃକ୍ତ ଜେଲ୍‌ କର୍ମଚାରୀମାନଙ୍କୁ ସମୁଚ୍ଚିତ ଆଇପିସି ସେକ୍ସନ୍‌ରେ ବୁକ୍‌ କରାଯାଇଛି। ଅମିତଙ୍କୁ ଧରିବାକୁ ତଲାସ ଚାଲିଛି।

ସମ୍ବନ୍ଧିତ ଖବର