ଅଜାଣତରେ ଦୁଷ୍କର୍ମକାରୀ ପ୍ରେମରେ ପଡ଼ି ପୀଡ଼ିତା ବିବାହ କଲା, ପୁତ୍ର ସନ୍ତାନର ଜନନୀ ବି ହେଲା…କିନ୍ତୁ ଶେଷରେ ଘଟିଲା ଏମିତି

ନୂଆଦିଲ୍ଲୀ: ମହିଳାଙ୍କ ସହିତ ଦୁଷ୍କର୍ମକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ଏହି କ୍ରମରେ ପଞ୍ଜାମ ମେଗାରେ କିଛିଦିନ ପୂର୍ବେ ଜଣେ ନାବାଳିକା ସହିତ ଦୁଷ୍କର୍ମ କରାଯାଇଥିବା ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଦୁଷ୍କର୍ମକାରୀ ବି ଜଣେ ନାବାଳକ ଥିଲା ବୋଲି ଜଣାପଡ଼ିଥିଲା।

ପୀଡିତା ପରିବାରଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରାଯାଇଥିଲା, ଏହାପରେ ନାବାଳକ ଦୁଷ୍କର୍ମକାରୀକୁ ପୁଲିସ ଗିରଫ କରି ନେଇଥିଲା। ୨୦୧୫ରେ ଜାମିନ ପାଇ ସେ ଜେଲରୁ ବାହାରକୁ ଆସିଥିଲା। ସେହି ସମୟରେ ଦୁଷ୍କର୍ମକାରୀ ପୀଡିତାଙ୍କୁ ମନପ୍ରାଣ ଦେଇ ଭଲ ପାଇବାକୁ ଲାଗିଥିଲା। ପୀଡତା ବି ତାର ପ୍ରେମରେ ଭାସି ଯାଇଥିଲା। ଏହାପରେ ଦୁହିଁଙ୍କ ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ଗତବର୍ଷ ଜୁଲାଇ ୪ରେ କୋର୍ଟରେ ଯାଇ ଦୁହେଁ ବିବାହ କରିଥିଲେ। କେବଳ ଏତିକି ନୁହେଁ, ଦୁଷ୍କର୍ମକାରୀ ପିଲାର ମାଆ ମଧ୍ୟ ହୋଇଥିଲା ପୀଡିତା।

ଏହି ମାମଲା ୨୦୧୩ ମସିହାରେ ପୀଡିତାଙ୍କ ପିତା ଦୁଷ୍କର୍ମକାରୀ ଓ ତାର ପିତା-ମାତାଙ୍କ ବିରୋଧରେ ମାମଲା ରୁଜୁ କରି କହିଥିଲେ କି, ତାଙ୍କ ଝିଅକୁ ଜୋରଜବରଦସ୍ତ ଘରୁ ଉଠାଇ ନେଇଛନ୍ତି। କିନ୍ତୁ ପୀଡିତା କୋର୍ଟରେ ପୁଅଘର ପକ୍ଷ ନେଇ କହିଥିଲା। କିନ୍ତୁ ଶେଷରେ ଏହି ମାମଲା ଏମିିତି ମୋଡ ନେବ ବୋଲି କେହି ସ୍ୱପ୍ନରେ ବି ଭାବି ନ ଥିଲେ। ଆଡିସନାଲ କୋର୍ଟ ଗତ ଜୁଲାଇ ମାସରେ ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରି ସାତବର୍ଷ ସହ ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କାର ଜରିମାନା ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର