ଦୁଷ୍କର୍ମ ପୀଡ଼ିତା କରୋନା ସଂକ୍ରମିତ ହେବାପରେ ଦୁଷ୍କର୍ମକାରୀ ସଙ୍ଗରୋଧରେ ରହିଲା

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ପ୍ରତିଦିନ ନୂଆନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ସୋମବାର ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଶରୀରରେ କରୋନା ପିଜିଟିଭ୍‌ ମିଳିଛି। ଏହାପରେ ତୁରନ୍ତ ଦୁଷ୍କର୍ମକାରୀକୁ ଜେଲରେ ହିଁ ସଙ୍ଗରୋଧରେ ରଖାଯାଇଛି। ଉକ୍ତ ଦୁଷ୍କର୍ମକାରୀକୁ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଭାବେ ରଖାଯାଇଛି। ଏହି ଦୁଷ୍କର୍ମକାରୀ ସହିତ ଅନ୍ୟ ଦୁଇ କଏଦୀଙ୍କୁ ବି ସଙ୍ଗରୋଧରେ ରଖାଯାଇଛି।

କରୋନା ଭାଇରସ୍‌ର ଦ୍ରୁତ ସଂକ୍ରମଣକୁ ଦେଖି ତିହାର ଜେଲ ପ୍ରଶାସନ ପୂରା ସଚେତନ ରହିଛନ୍ତି। ଜେଲରେ ଆଇସୋଲେସନ୍‌ ଓ୍ଵାର୍ଡର ବି ବ୍ୟବସ୍ଥା କରାଯାଇଛି। ଏଥିରେ ଜେଲରେ ଥିବା କଏଦୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇଛି। ଏଥିସହିତ ଜେଲ ପ୍ରଶାସନ ନୂଆ କଏଦୀଙ୍କ ଯାଞ୍ଚ ଉପରେ ବି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି।

Coronation positive in Delhi, rape victim, quarantine done in Tihar
Job Vacancy

ଦିଲ୍ଲୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ସୋମବାର ପର୍ଯ୍ୟନ୍ତ କରୋନା ମାମଲା ୬୭୧୫୨ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଦିଲ୍ଲୀର କଥା କହିବାକୁ କଲେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣଙ୍କ ସଂଖ୍ୟା ୬୯୨୩ରେ ପହଞ୍ଚିଛି। ଏଥିମଧ୍ୟରୁ ୨୦୬୯ଜଣ ସୁସ୍ଥ ହୋଇଥିବା ବି ଜଣାପଡ଼ିଛି। ଦୁଃଖର କଥା ଏଯାବତ ଦିଲ୍ଲୀରେ ୭୩ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇ ସାରିଲାଣି। ସେହିପରି ଭାରତରେ ୨୨୦୬ଜଣଙ୍କ ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧିତ ଖବର