ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ, ଜଣେ ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ନିରଙ୍କାରୀନଗର ଅଞ୍ଚଳର ଶ୍ରୀଧର ନାୟକ(୨୨)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ଅପହୃତ ନାବାଳିକାକୁ ଉଦ୍ଧାର କରିଛି। ପୁଲିସ ସୂଚନା ମୁତାବକ, କିଛି ମାସ ହେବ ଶ୍ରୀଧର ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭଲ ପାଉଥିଲା। କିନ୍ତୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଶ୍ରୀଧର ରାଗି ଯାଇଥିଲା। ଗତ ଜୁଲାଇ ୩୧ତାରିଖ ସନ୍ଧ୍ୟାରେ ନାବାଳିକାଜଣଙ୍କ ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ବେଳେ ଶ୍ରୀଧର ତାଙ୍କୁ ଅପହରଣ କରି ଫୁଲବାଣୀସ୍ଥିତ ଏକ ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା। ଅପରପକ୍ଷେ ନାବାଳିକାର ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପୁଲିସ ଶ୍ରୀଧରର ମୋବାଇଲ ନମ୍ବର ଟ୍ରାକିଂ କରି ତା’ ଗତିବିଧି ଉପରେ ନଜର ରଖିଥିଲା। ଗତ ୨୮ ତାରିଖରେ ଶ୍ରୀଧର ଫୁଲବାଣୀରୁ ସାଲିଆସିହିସ୍ଥିତ ଘରକୁ ଫେରିଥିବା ପୁଲିସ ଜାଣିବାକୁ ପାଇବା ପରେ ବୁଧବାର ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରି ସେଠାରୁ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର