ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଘ‌ରେ ପଶି ବିଧବାଙ୍କୁ ଦୁ‌ଷ୍କର୍ମ ଉଦ୍ୟମ ଅଭିଯୋଗରେ ସହିଦ ନଗର ଥାନା ପୁଲିସ ଶାନ୍ତିପଲ୍ଲୀ ବସ୍ତିର ଭିକାରୀ ନାୟକ ଓରଫ ସୁବଳକୁ ଗିରଫ କରିଛି। ସୁବଳର ଘର ଗଞ୍ଜାମ ଜିଲ୍ଲା ସୁମନ୍ତପୁରରେ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ବିଧବା ଜଣଙ୍କ ଏକୁଟିଆ ରହୁଥିବା ସୁଯୋଗ ନେଇ ଦୀର୍ଘ ଦିନ ହେବ ସୁବଳ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲା। ଗତକାଲି ରାତି ପ୍ରାୟ ୯ଟା ବେଳେ ତାଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା।

ସମ୍ବନ୍ଧିତ ଖବର