ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ; ଡ଼ରି ନ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ଏମିତି ବର୍ତ୍ତିଲେ ପୀଡ଼ିତା

ଲକ୍ଷୌ୍ନ : ଉତ୍ତରପ୍ରଦେଶରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଛିା ତେବେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନାବାଳିକା ଜଣକ ବର୍ତ୍ତି ଯାଇଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଚପରାସୀ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣାପଡ଼ିଛି । ଏ ନେଇ ପରିବାର ଲୋକେ ଅଭିଯୁକ୍ତ ଚପରାସୀ ଏବଂ ସ୍କୁଲର ପ୍ରବନ୍ଧକଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ୧୧ବର୍ଷିୟ ପୀଡ଼ିତା ଜଣକ ଲକ୍ଷୌ୍ନ ପ୍ରେମନଗରରେ ଥିବା ଗାର୍ଲସ ମିସନାରୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଶ୍ରମିକ ଦିବସ ଦିନ ସ୍କୁଲରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ପୀଡ଼ିତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ସ୍କୁଲର ଜଣେ ଚପରାସୀ ଆସି ପୀଡ଼ିତାଙ୍କୁ ସ୍କୁଲର ପ୍ରଥମ ମହଲାରୁ କିଛି ଜିନିଷ ଆଣିବା ପାଇଁ କହିଥିଲେ । ପୀଡ଼ିତା ଜଣଙ୍କ ଆଣିବାକୁ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କ ପଛେ ପଛେ ଯିବା ସହ ଜିନିଷ ରଖା ଯାଇଥିବା ଘରେ ତାଙ୍କୁ ବନ୍ଦ କରି ଦେଇଥିଲେ । ଘରର କବାଟ ପଛପଟୁ ବନ୍ଦ କରିବା ସହ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବାର ପ୍ରୟାସ କରିଥିଲେ ।

Zee News

ଏହା ଦେଖି ପୀଡ଼ିତା ଜଣଙ୍କ ନ ଡ଼ରି ଅଭିଯୁକ୍ତକୁ ଡ଼ରାଇବା ପାଇଁ ଝରକା ପଟୁ ତଳକୁ ଡ଼େଇଁ ପଡ଼ିବାରେ ଧମକ ଦେଇଥିଲେ । ଏଥିରେ ଡ଼ରି ଯାଇ ଅଭିଯୁକ୍ତ ଜଣଙ୍କ ସେଠାରୁ ଚାଲି ଆସିଥିଲେ । ଏ ନେଇ ପୀଡ଼ିତା ସ୍କୁଲର ପ୍ରବନ୍ଧକଙ୍କୁ ଜଣାଇବା ପରେ ସେ ତାଙ୍କୁ ଚୁପ୍‌ ରହିବା ପାଇଁ କହିଥିଲେ । ଘରକୁ ଫେରିବା ପରେ ଝିଅର ବ୍ୟବହାରରେ ପରିବର୍ତ୍ତନ ଦେଖି ପୀଡ଼ିତାଙ୍କ ମା’ ତାଙ୍କର କ’ଣ ହୋଇଛି ବୋଲି ପଚରିଥିଲେ । ଏହା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଏ ନେଇ ପରିବାର ଲୋକେ ପୁଲିସରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର