ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ଅଟକ ରଖିଥିବା ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରିଛି। ସେ ହେଲା, କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଜୟନ୍ତ କୁମାର ପଣ୍ଡା (୫୬)। ଘର କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ଏଠାରେ ଚକେଇସିଆଣି ଅଞ୍ଚଳରେ ରହୁଥିଲା। ଦୀର୍ଘ ବର୍ଷ ହେବ ଜୟନ୍ତ ଚକେଇସିଆଣି ଅଞ୍ଚଳରେ ଭିନ୍ନକ୍ଷମଙ୍କ ପାଇଁ ଏକ ଶିକ୍ଷାନୁଷ୍ଠାନ ଖୋଲିଥିଲେ। ଏହି ଶିକ୍ଷାନୁଷ୍ଠାନରେ ଗତ ୪ ବର୍ଷ ହେବ ଭିନ୍ନକ୍ଷମ ଯୁବତୀଜଣଙ୍କ କର୍ମଚାରୀ ଭାବେ କାମ କରୁଥିଲେ। ବୁଧବାର ଜୟନ୍ତ ତାଙ୍କୁ ଚାମ୍ବରକୁ ଡାକି ଅଶ୍ଳୀଳ ଇଙ୍ଗିତ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଜୟନ୍ତଙ୍କ ଏପରି ବ୍ୟବହାର ଦେଖି ଯୁବତୀଜଣଙ୍କ ଚିତ୍କାର କରିବା ସହ ସେଠାରୁ ଖସି ଆସିଥିଲେ। ପରେ ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇବା ପରେ ଯୁବତୀଙ୍କ ଭାଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର