ବିଶ୍ୱାସରେ ବିଷ: ଖାଦ୍ୟରେ ନିଶା ଦେଇ ସାଙ୍ଗ କଲା ଦୁଷ୍କର୍ମ

ପଲବଲ(ହରିୟାଣା) : ହରିୟାଣାର ପଲବଲରେ ଜଣେ ଯୁବକ ତାଙ୍କ ବାନ୍ଧବୀଙ୍କୁ ଖାଦ୍ୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ କରିବା ସହ ପୀଡ଼ିତାଙ୍କ ଅଶାଳୀନ ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲ କରିବା ଏବଂ ଫଟୋ ଭାଇରାଲ କରିବାର ଧମକ ଦେଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିବା ଖବର ଏବେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସ୍ତବ୍ଧ କରିଛି । ଘଟଣାଟି ଗତବର୍ଷ ଫେବୃଆରି ୨୭ରେ ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି । ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୁଲିସ ।

TheJournal.ie

ସୂଚନା ମୁତାବକ, ଅଭିଯୁକ୍ତ କେଶବ ପୀଡ଼ିତାଙ୍କ ସାଙ୍ଗ ଥିଲେ । ପୀଡ଼ିତା ମା’ ଏବଂ କେଶବଙ୍କ ମା’ ଦୁହେଁ ଭଲ ବନ୍ଧୁଥିବା ବେଳେ କେଶବଙ୍କ ନଜର ପୀଡ଼ିତାଙ୍କ ଉପରେ ରହିଥିଲା । ପଲବଲରେ କଲେଜ ସାରି ଦିଲ୍ଲୀରେ ପଢ଼ିବା ପାଇଁ ପହଞ୍ଚିଥିଲେ ପୀଡ଼ିତା । ଏହା ଜାଣି କେଶବ ପୀଡ଼ିତା ରହୁଥିବା ଭଡ଼ା ଘର ପାଖରେ ଘର ଭଡ଼ା ନେଇ ରହିବା ଆରମ୍ଭ କରିଥିଲେ । କିଛି ଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହେବା ସହ କେଶବ ପୀଡ଼ିତାଙ୍କୁ ନିଜ ଘରକୁ ଖାଇବାକୁ ଡ଼ାକିଥିଲେ । ଖାଦ୍ୟରେ ନିଶା ମିଶାଇ କେଶବ ପୀଡ଼ିତାଙ୍କୁ ଦେବା ପରେ ପୀଡ଼ିତା ଖାଦ୍ୟ ଖାଇ ଅଚେତ ହୋଇ ଯାଇଥିଲେ । ଏହାର ଫାଇଦା ଉଠାଇ କେଶବ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ସହ ପୀଡ଼ିତାଙ୍କ ଅଶାଳୀନ ଫଟୋ ଉଠାଇଥିଲେ । ପରେ ସେହି ଫଟୋ ଭାଇରାଲ କରିବାର ଧମକ ଦେଇ କେଶବ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ । କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୀଡ଼ିତା କେଶବଙ୍କ କଥା ମାନିବାକୁ ମନା କରିବାରୁ କେଶବ ପୀଡ଼ିତାଙ୍କ ବାପାଙ୍କୁ ସବୁ ଫଟୋ ପଠାଇ ଦେଇଥିଲେ । ସବୁ ବିଷୟରେ ଜାଣି ପୀଡ଼ିତାଙ୍କ ବାପା ଏବେ ପୁଲିସରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର