ଖଣ୍ଡଗିରି: ଜଣେ ୫୦ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ୨୧ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି। ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବକଜଣଙ୍କ ମହିଳାଙ୍କୁ ବାରମ୍ବାର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସୂଚନାନୁସାରେ, କନ୍ଧମାଳ ଜିଲ୍ଲାର ଏହି ମହିଳାଜଣଙ୍କ ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ ଅଞ୍ଚଳରେ ରୁହନ୍ତି। ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ପୁରୀ ସହରର ଏହି ଅଭିଯୁକ୍ତ ଯୁବକଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ଏମିତିକି ସେମାନେ ପ୍ରେମୀଯୁଗଳ ଭାବେ ବାହାରକୁ ମଧ୍ୟ ବୁଲି ଯାଉଥିଲେ। କଥା ଏତେ ବାଟ ବଢ଼ି ଯାଇଥିଲା ଯେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଘରସଂସାର କରିବା ନିଷ୍ପତ୍ତି ନେଇଥିଲେ। କିନ୍ତୁ ଯୁବକଜଣଙ୍କ ମହିଳାଙ୍କ ଟଙ୍କା ଉପରେ ଲୋଲୁପ ଦୃଷ୍ଟି ରଖି ସେ ତାଙ୍କ ସହ ଛଳନା କରି ଚାଲିଥିଲେ। ଏ ସଂପର୍କରେ ଜାଣିବା ପରେ ମହିଳାଜଣଙ୍କ ତାଙ୍କୁ ପାନେ ଦେବା ପାଇଁ ଯୋଜନା କଲେ। ଆଜି ଉଭୟ ଖଣ୍ଡଗିରି ପାହାଡ଼ ବୁଲିବା ପରେ ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ପହଞ୍ଚି ତାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କଲେ।
ମହିଳାଙ୍କୁ ଦୁଷ୍କର୍ମ, ଯୁବକ ଅଟକ
/sambad/media/post_attachments/wp-content/uploads/2019/03/tment-can-i-go-to-rehab-instead-of-jail-article-photo-hands-of-prisoner-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)