ଛାତ୍ରୀଙ୍କୁ ଦୁଷ୍କର୍ମ, ଛାତ୍ର ଗିରଫ

ଭୁବନେଶ୍ବର: ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଆଜି ଜଣେ ଏମ୍‌ବିଏ ଛାତ୍ରକୁ ଗିରଫ କରିଛି। ସେ ହେଲା, ତାଳଚେର ସମଲବ୍ୟାରେଜ୍ ଅଞ୍ଚଳର ଦେବୀପ୍ରସାଦ ପଣ୍ଡା(୨୦)। ଏଠାରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏମ୍‌ବିଏ ପଢ଼େ। ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସହ ଦେବୀର ଭେଟ ହୋଇଥିଲା। ତେବେ ଛାତ୍ରୀଜଣଙ୍କ ଦେବୀର ସ୍କୁଲ ସାଙ୍ଗ ବୋଲି ଜଣାପଡ଼ିବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। ୟା’ ଭିତରେ ଦେବୀ ଛାତ୍ରୀଙ୍କୁ ଏକତରଫା ଭାବେ ଭଲ ପାଇ ବସିଥିଲା। ସମୟରେ ଉଭୟ ମିଳାମିଶା ବୁଲାବୁଲି କରୁଥିଲେ। ଗତ ୬ ତାରିଖ ଦିନ ଦେବୀ ଛାତ୍ରୀଙ୍କୁ ହଷ୍ଟେଲ୍ ନିକଟକୁ ଡାକିଥିଲା। ‌‌ତେବେ ଛାତ୍ରୀ ଜଣଙ୍କ ରୁମ୍‌ରେ ପଶିବା ପରେ ଦେବୀ କବାଟ ବନ୍ଦ କରି ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏନେଇ ଛାତ୍ରୀଜଣଙ୍କ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର