ନାବାଳିକା ଦୁଷ୍କର୍ମ ମାମଲା, ଜେଲ୍‌ ଗଲେ ଛାତ୍ର

ଭୁବନେଶ୍ୱର: ଜଣେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ବିଜୟ ପାତ୍ରକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ବୁଧବାର ରସୁଲଗଡ଼ର ଭାଗବତ ସନ୍ଧାନ ନିକଟ‌ରେ ଲୋକେ ବିଜୟକୁ ଗୋଡ଼ାଇ ଗୋଡ଼ାଇ ଧରିବା ପରେ ପୁଲିସ ଜିମା ଦେଇଥିଲେ। ଆଜି ବିଧିବଦ୍ଧ ଭାବେ ଅଭିଯୋଗ ହେବା ପରେ ତାକୁ କୋର୍ଟଚାଲାଣ କରାଯାଇଛି। ଅନ୍ୟପଟେ ଉଭୟଙ୍କୁ ସକାଳେ ଡାକ୍ତରୀମାଇନା କରାଯାଇଛି। ବିଜୟର ଘର ଯାଜପୁର ଜିଲ୍ଲାରେ। ସେ ସପରିବାର ରସୁଲଗଡ଼ ଜିଜିପି କଲୋନିରେ ରହି ନିକଟସ୍ଥ ଏକ କଲେଜରେ ପାଠ ପଢ଼ୁଥିଲା। ଗତକାଲି ସନ୍ଧ୍ୟାରେ ନାବାଳିକାଜଣଙ୍କ ଖେଳୁଥିବା ବେଳେ ବିଜୟ ତାକୁ ଘର ପଛପଟକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟା ଚିତ୍କାର କରିବାରୁ ବିଜୟ ଦଉଡ଼ି ପଳାଉଥିଲା। ବିଜୟ ଦଉଡ଼ୁଥିବା ଦେଖି କେତେକ ତାକୁ ଗୋଡ଼ା‌ଇ ଗୋଡ଼ାଇ ଭାଗବତ ସନ୍ଧାନ ନିକଟରେ ଧରିଥିଲେ।

ସମ୍ବନ୍ଧିତ ଖବର