ନାବାଳିକାକୁ ଦୁଷ୍କର୍ମ, ମହିଳା ଗିରଫ

ପୁରୁଣା ଭୁବନେଶ୍ବର: ନାବାଳିକାକୁ ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତକୁ ଆଶ୍ରୟ ଦେବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ, ବଡଗଡ଼ ଥାନା ଅଧୀନ ଟଙ୍କପାଣି ରୋଡ୍‌ ଅଞ୍ଚଳର ଜେମା ଦାସ(୩୨)। ପୁଲିସ ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ଥାନା ଅଧୀନ ଅଞ୍ଚଳରେ ରହୁଥିବା ଜଣେ ନାବାଳିକା ଘରୁ ରାଗି ପଳାଇଥି‌ଲେ। ସେ ଅଟୋରେ ଯିବା ବେଳେ ଜେମାଙ୍କ ସହ ସାକ୍ଷାତ ହୋଇଥିଲା। ଜେମା ନାବାଳିକାକୁ ଆଣି ତାଙ୍କ ଘରେ ରଖିଥିଲେ। ତେବେ ଜେମା ଘରେ ଥିବା ଜଣେ ୧୮ ବର୍ଷର ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବାଳିକା ସେଠାରୁ ଖସି ଘରକୁ ପଳାଇ ଆସିଥିଲେ। ଏ ସଂପର୍କରେ ସେ ପରିବାର ଲୋକଙ୍କୁ ଜଣାଇବା ପରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଜେମାକୁ ଗିରଫ କରିଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ତାକୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର