ଇଦ୍‌ ପାଳିବା ପାଇଁ ଆସିଥିବା ନାବାଳିକାକୁ ମସ୍‌ଜିଦ୍‌ ଛାତକୁ ନେଇ ଦୁଷ୍କର୍ମ କଲା ପଡ଼ୋଶୀ

ମେରଠ : ଉତ୍ତରପ୍ରଦେଶର ମେରଠରେ ଜଣେ ୮ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘର ପାଖରେ ରହୁଥିବା ଜଣେ ଯୁବକ ପୀଡ଼ିତାଙ୍କୁ ଜୋର ଜବରଦସ୍ତ ଏକ ମସ୍‌ଜିଦ୍‌ର ଛାତ ଉପରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଦିଲ୍ଲୀରୁ ନିଜ ଦାଦାଙ୍କ ଘରକୁ ଇଦ୍‌ ପାଳନ କରିବାକୁ ଆସିଥିବା ବେଳେ ଏଭଳି ଘଟଣାର ସାମ୍ନା କରିଛନ୍ତି । ଏ ନେଇ ହଙ୍ଗାମା ହେବାରୁ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

Born2Invest

ପୁଲିସ ଦେଇଥିବା ସୂଚନା ମୁତାବକ, ଅଗଷ୍ଟ ୨୨ ସଂନ୍ଧ୍ୟା ସମୟରେ ନୌଚନ୍ଦି ଅଞ୍ଚଳରେ ଥିବା ଏକ ମସ୍‌ଜିଦ୍‌ରେ ଲୋକମାନେ ଗୁରୁତର ଅବସ୍ଥାରେ ଜଣେ ନାବାଳିକାକୁ ଉଦ୍ଧାର କରିଥିଲେ । ପୀଡ଼ିତାଙ୍କ ଅବସ୍ଥା ଖରାପ ଥିବାରୁ ସେ କିଛି କହି ପାରୁ ନ ଥିଲେ । ଲୋକମାନେ ପୀଡ଼ିତାଙ୍କୁ ଘରକୁ ନେବା ପରେ ପରିବାର ଲୋକଙ୍କ ସାମ୍ନାରେ ପୀଡ଼ିତା ଘଟଣା ବିଷୟରେ ଜଣାଇଥିଲେ । ପୀଡ଼ିତା ଘର ବାହାରେ ଅନ୍ୟ ପିଲାଙ୍କ ସହ ଖେଳୁଥିବା ବେଳେ ପାଖ ଘରେ ରହୁଥିବା ଶାହିଦ୍‌ ତାଙ୍କୁ ଜବରଦସ୍ତ ମସ୍‌ଜିଦ୍‌ ନେଇ ଯାଇଥିଲା । ମୁହଁ ବନ୍ଦ କରି ପୀଡ଼ିତାଙ୍କୁ ମସ୍‌ଜିଦ୍‌ର ଛାତକୁ ନେଇଯିବା ପରେ ଶାହିଦ୍‌ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । କାହାକୁ ଜଣାଇଲେ ଜୀବନରୁ ମାରିବାର ଧମକ ଦେଇ ସେଠାରୁ ଚାଲି ଯାଇଥିଲା ଶାହିଦ୍‌ । ପୀଡ଼ିତାଙ୍କଠାରୁ ସବୁ ଶୁଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପରେ ତଦନ୍ତ କରି ପୁଲିସ ଅଭିଯୁକ୍ତ ଶାହିଦ୍‌କୁ ଗିରଫ କରିଛି । ଏହା ପୂର୍ବରୁ ଶାହିଦ୍‌ ଆଉ ଜଣେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ଅଭିଯୁକ୍ତଙ୍କ ବାପା ଟଙ୍କା ଦେଇ ମାମଲାକୁ ଚପାଇ ଦେଇଥିଲେ ।

ସମ୍ବନ୍ଧିତ ଖବର