ନାଗପୁରରେ ନିର୍ଭୟା କାଣ୍ଡ: ଯୁବତୀଙ୍କୁ ଦୁଷ୍କର୍ମ ପରେ ବର୍ବରତା
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁର ଜିଲ୍ଲା ଅଧୀନସ୍ଥ ପର୍ଦି ଅଞ୍ଚଳରେ ଘଟିଥିବା ଏକ ବର୍ବର କାଣ୍ଡ ୨୦୧୨ର ଦିଲ୍ଲୀ ନିର୍ଭୟା କାଣ୍ଡକୁ ପୁଣି ତାଜା କରିଦେଇଛି। ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମର ପରେ ଅଭିଯୁକ୍ତ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରିଦେଇଥିବା ଜଣାପଡ଼ିଛି। ଗତ ୨୧ ତାରିଖରେ ଗୋଣ୍ଡିଆ ଜିଲ୍ଲାରେ ଏହି ଘଟଣା ଘଟିଥିଲା। ପୁଲିସ ଉକ୍ତ ମାମଲାରେ ଅଭିଯୁକ୍ତ ଯୋଗୀଲାଲ୍ ରାହାଙ୍ଗଡାଲେ (୫୨)କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତ ଏକ ସ୍ପିନିଂ ମିଲ୍ରେ ଅଭିଯୁକ୍ତ ସୁପରଭାଇଜର ଭାବେ କାମ କରୁଥିଲା। ଏହି ମିଲ୍ରେ ମଧ୍ୟ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣେ ଶ୍ରମିକ ଭାବେ କାମ କରୁଥିଲେ। ଏହି ଯୁବତୀ ତାଙ୍କ ଭାଇ ଏବଂ ଅଭିଯୁକ୍ତ ଯୋଗୀଲାଲ୍ ଏବଂ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ପର୍ଦିରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଗତ ୨୧ ତାରିଖରେ ମହିଳାଙ୍କ ଭାଇ ଏବଂ ତାଙ୍କ ମହିଳା ବନ୍ଧୁ ସେମାନଙ୍କ ଗାଁକୁ ଯାଇଥିଲେ। ଏହି ସମୟରେ ମହିଳା ଘରେ ଏକାକୀ ଥିବାର ସୁଯୋଗ ପାଇ ଯୋଗୀଲାଲ୍ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ପରେ ତାଙ୍କ ଗୁପ୍ତାଙ୍ଗରେ ଏକ ରଡ୍ ଭର୍ତ୍ତି କରିଥିଲା। ମହିଳା ଅଚେତ୍ ହୋଇଯିବାପରେ ଅଭିଯୁକ୍ତ ତାଙ୍କୁ ଛାଡ଼ି ପଳାଇଥିଲା। ପରେ ମହିଳାଙ୍କ ଭାଇ ୨୪ ତାରିଖରେ ଫେରିବା ପରେ ସେ ଉକ୍ତ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରିଥିଲେ ଏବଂ ଏନେଇ ପୁଲିସରେ ଏଫ୍ଆଇଆର ରୁଜୁ କରିଥିଲେ। ପୁଲିସ ଏବେ ଅଭିଯୁକ୍ତ ଯୋଗୀଲାଲ୍କୁ ଗିରଫ କରିଛି।