ସ୍ୱାମୀଙ୍କ ସହ ହୋଟେଲରେ ପହଞ୍ଚିଲେ ମହିଳା,ହୋଟେଲ ତରଫରୁ ଦିଆଯାଇଥିବା ମୃଦୁପାଦୀୟ ପିଇବା ପରେ ବେହୋସ ହୋଇଗଲେ ସ୍ୱାମୀ, ଆଉ ତା’ ପରେ….

ଜଲନ୍ଧର : ପଞ୍ଜାବର ଜଲନ୍ଧରରେ ଥିବା ଏକ ହୋଟେଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣା ପଡ଼ିଛି । ପୀଡ଼ିତା ନିଜ ସ୍ୱାମୀଙ୍କ ସହ ହୋଟେଲ ଯାଇଥିବା ବେଳେ ହୋଟେଲର କର୍ମଚାରୀ ତାଙ୍କୁ ତାଙ୍କ ରୁମ୍‌ରେ ପହଞ୍ଚାଇଥିଲେ । ରୁମ୍‌ରେ ପହଞ୍ଚିବା ପରେ ହୋଟେଲ ତରଫରୁ ଦମ୍ପତିଙ୍କୁ ମୃଦୁପାଦୀୟ ପିଇବାକୁ ଦିଆଯାଇଥିଲା । ଯାହାକୁ ପିଇବା ପରେ ପୀଡ଼ିତାଙ୍କ ସ୍ୱାମୀ ବେହୋସ ହୋଇ ଯାଇଥିଲେ । ଏହାର ଫାଇଦା ଉଠାଇ ହୋଟେଲର ଦୁଇ କର୍ମଚାରୀ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ସମୟର ଦୁଇ କର୍ମଚାରୀ ଏକ ଭିଡ଼ିଓ ତିଆରି କରିବା ସହ ପାଟି କଲେ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇଥିଲେ ।

oneindia.com

ମହିଳା ଜଣଙ୍କ କରିଥିବା ଅଭିଯୋଗ ଅନୁଯାୟୀ, ହୋଟେଲରେ ମୁଁ ମୋ ସ୍ୱାମୀଙ୍କ ସହ ପହଞ୍ଚିବା ପରେ ମୋତେ ରିସେପ୍‌ସନ୍‌ରେ ବସିଥିବା କର୍ମଚାରୀ ଖରାପ ନଜରରେ ଦେଖିବା ଆରମ୍ଭ କରିଥିଲେ । ଏହା ପରେ ଆମକୁ ରୁମ୍‌ ନମ୍ବର ୫୦୫ର ଚାବି ଦେଇ ସେମାନେ ଯିବାକୁ କହିଥିଲେ । ରୁମ୍‌ରେ ପହଞ୍ଚିବା ପରେ ଆମକୁ ହୋଟେଲର ଜଣେ େଓ୍ଵଟର ଆସି ମୃଦୁପାନୀୟ ପିଇବାକୁ ଦେଇଥିଲେ । ଯାହାକୁ ମୋ ସ୍ୱାମୀ ପିଇ ବେହୋସ ହୋଇ ଯାଇଥିଲେ । ଏହା ପରେ େଓ୍ଵଟରଙ୍କ ସମେତ ହୋଟେଲର ଜଣେ କର୍ମଚାରୀ ରୁମ୍‌ର ଟିଭି ଠିକ୍‌ କରିବା ବାହାନାରେ ଆମ ରୁମ୍‌କୁ ଜୋର ଜବରଦସ୍ତ ପଶି ଆସିବା ସହ ମୋତେ ଆଉ ଏକ ରୁମ୍‌କୁ ଡ଼ାକିଥିଲେ । ମୁଁ ମନା କରିବା ପରେ ହୋଟେଲର ସମସ୍ତଙ୍କ ଷ୍ଟାପ୍‌ ମୋ ହାତରେ ଏବଂ ମୁଁ ଚାହିଁଲେ ତୁମମାନଙ୍କର କିଛି ବି କରି ପାରିବି ବୋଲି କହି ମୋତେ କର୍ମଚାରୀ ଜଣଙ୍କ ଧମକ ଦେଇଥିଲେ । କିନ୍ତୁ ସବୁ ପରେ ମୁଁ ନ ମାନିବାରୁ ମୋତେ ଜୋର ଜବରଦସ୍ତ ଏକ ରୁମ୍‌କୁ ନେଇ ମୋ ସହ ଦୁଷ୍କର୍ମ କରିଥିଲେ । ଏ ନେଇ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର