ୟୁପି ଆଶ୍ରମରେ ୪ ସାଧ୍ୱୀଙ୍କୁ ଦୁଷ୍କର୍ମ, ବାବା ଫେରାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବସ୍ତି ଜିଲ୍ଳାର ଏକ ଆଶ୍ରମରେ ମହନ୍ତଙ୍କ ଦ୍ୱାରା ଲଗାତାର ଦୁଷ୍କର୍ମ ଏବଂ ଶୋଷଣର ଶିକାର ହୋଇଥିବା ନେଇ ୪ଜଣ ସାଧ୍ୱୀ ଅଭିଯୋଗ କରିଛନ୍ତି। ଆଶ୍ରମ ମୁଖ୍ୟ ବାବା ସଚିଦାନନ୍ଦ ଏବଂ ତାଙ୍କର ଦୁଇଜଣ ସହଯୋଗୀଙ୍କ ଦ୍ୱାରା ଆଶ୍ରମ ପରିସରରେ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମର ଶିକାର ହୋଇଥିବା ନେଇ ୪ଜଣ ସାଧ୍ୱୀ ଗତକାଲି ବସ୍ତି ପୁଲିସ ଷ୍ଟେସନରେ ଏତଲା ଦାଏର କରିଛନ୍ତି। ମାମଲା ରୁଜୁ ହେବାପରେ ଅଭିଯୁକ୍ତ ମହନ୍ତମାନେ ଫେରାର ହୋଇଯାଇଛନ୍ତି। ବସ୍ତି ଏସପି ସଙ୍କଳ୍ପ ଶର୍ମା କହିଛନ୍ତି ଯେ ଯୌନ ଅତ୍ୟାଚାର ନେଇ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର